ନୂଆପଡ଼ା ଜିଲ୍ଲା ସିନାପାଲି ନିବାସୀ ଭାଷାବିତ୍ ସୁସାହିତ୍ୟିକ ମହେନ୍ଦ୍ର କୁମାର ମିଶ୍ର ପାଇବେ ପଦ୍ମଶ୍ରୀ ସମ୍ମାନ ୨୦୨୬

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ନିବାସୀ ଭାଷାବିତ, ସୁସାହିତ୍ୟିକ ମହେନ୍ଦ୍ର କୁମାର ମିଶ୍ର ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ- ୨୦୨୬ । ଚଳିତ ବର୍ଷ ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପାଇଁ ତାଙ୍କ ନାମ ମନୋନୀତ ହୋଇଛି । ତାଙ୍କୁ ଏହି ସମ୍ମାନ ପ୍ରଦାନ ଖବର ପ୍ରସାରିତ ହେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁ ଥିବା ଜଣାପଡ଼ିଛି । ଓଡିଶାର ନୂଆପଡା ଜିଲ୍ଲା ସିନାପାଲି ଗାଁ ନିବାସୀ ମହେନ୍ଦ୍ର କୁମାର ମିଶ୍ର ସେହି ଅଞ୍ଚଳରେ ଶିକ୍ଷା, ଭାଷା ସାହିତ୍ୟ, ସଂସ୍କୃତି ଓ ଲୋକ ପରମ୍ପରା ଉପରେ କାର୍ଯ୍ୟ କରୁଥିବା ବେଳେ ସେ ବିଶେଷ ଭାବେ ଆଦିବାସୀ ଶିକ୍ଷା ଓ ଲୋକସାହିତ୍ୟ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ତାଙ୍କ କାର୍ଯ୍ୟ ଆଦିବାସୀ ଜ୍ଞାନ ପ୍ରଣାଳୀ ଓ ମୁଖ୍ୟଧାରା ସାହିତ୍ୟ ମଧ୍ୟରେ ଏକ ମଜବୁତ ସେତୁ ସଦୃଶ କାମ କରୁଛି । ସାହିତ୍ୟ କ୍ଷେତ୍ରରେ ଟଘଋଝଉଙ ପୁରସ୍କାର ପାଇଥିବା ଶ୍ରୀ ମିଶ୍ର ଏକମାତ୍ର ଭାରତୀୟ ଅଟନ୍ତି, ଯାହା ତାଙ୍କର ସାଂସ୍କୃତିକ ସଂରକ୍ଷଣ ପ୍ରତି ଅତୁଳନୀୟ ଓ ଅସାଧାରଣ ଅବଦାନକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି । ଦୀର୍ଘ ଦଶନ୍ଧି ଧରି ହୋଇଥିବା ଗବେଷଣା ମାଧ୍ୟମରେ ମହେନ୍ଦ୍ର କୁମାର ମିଶ୍ର ଆଦିବାସୀ ସାମ୍ପ୍ରଦାୟଙ୍କ ସ୍ୱରକୁ ଲିପିବଦ୍ଧ ଓ ସଂରକ୍ଷିତ କରିଆସୁଛନ୍ତି । ସେ ଆଦିବାସୀଙ୍କ ପୌରାଣିକ କଥା, ମହାକାବ୍ୟ, ପ୍ରବଚନ ଓ ଲୋକଗୀତକୁ ସଂଗ୍ରହ କରି ପିଢ଼ିରୁ ପିଢ଼ିକୁ ଚାଲିଆସୁଥିବା ମୌଖିକ ପରମ୍ପରାକୁ ବିଲୁପ୍ତିରୁ ରକ୍ଷା କରିଛନ୍ତି । ଓଡ଼ିଆ ଓ ଆଦିବାସୀ ଲୋକସାହିତ୍ୟ ଉପରେ ଶ୍ରୀ ମିଶ୍ରଙ୍କ ୨୫ରୁ ଅଧିକ ପୁସ୍ତକ ତାଙ୍କୁ ଭାରତର ଆଦିବାସୀ ସାହିତ୍ୟ ଓ ଏତିହ୍ୟର ଗୁରୁତ୍ୱପୂର୍ଣ୍ଣ ସଂରକ୍ଷକମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ପ୍ରଦାନ କରିଛି ।

Leave A Reply

Your email address will not be published.