ବରଗଡ ଜିଲ୍ଳାରେ ଆହେତୁକ ନିଶା କାରବାର ଉପରେ ଅଙ୍କୁଶ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ବେଳେ ବରଗଡ଼ ସହର ଓ ଅନ୍ୟ ବ୍ଲକରେ ନିଶା କାରବାର ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି । ଯୁବକମାନେ ମୁଖ୍ୟତଃ ଏହି ନିଶା ସେବନରେ ଗ୍ରାସ ହୋଇ ନିଜ ଜୀବନକୁ ଖରାପ କରିବା ସହ ପରିବାର ଓ ସମାଜ ଉପରେ ବିପଦ ସୃଷ୍ଟି କରୁଛନ୍ତି । ଏପରିକି ପୋଲିସ ମଧ୍ୟ ଏହାର ଆକ୍ରୋଶର ଶିକାର ହେଉଛନ୍ତି । ତେଣୁ ଏହି ବ୍ୟାଧିକୁ ନିରାକରଣ କରିବା ପାଇଁ ଏକ ମିଳିତ ଉଦ୍ୟମ ଆବଶ୍ୟକ ଥିବାବେଳେ ଯେଉଁମାନେ ଏହି ନିଶା କାରବାରରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ସିବାନନ୍ଦ ମଟାରି, ଭବାନୀ ସାହୁ, ମରିୟମ ବାର୍ଳା ପ୍ରମୁଖ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଦାବୀ ଜଣାଇଛନ୍ତି ।

jittmm
Leave A Reply

Your email address will not be published.