ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ସ୍ଥାନୀୟ ଗୁଡଭେଲା ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା ବିଡିଓ ଗୁରେଶ୍ୱର ଭୋଇ ଯୋଗଦେଇ ଶିଶୁ ମହୋତ୍ସବ ସୁରଭିକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଯୋଗ ଦେଇଥିବା ବେଳେ ବିଆର୍‌ସିସି କମ୍ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭା ଶେଷରେ ସିଆର୍‌ସିସି ଷଢାନନ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସଞ୍ଚାଳନ କରିଥିଲେ ଶିକ୍ଷକ ସନ୍ତୋଷ ସାହୁ । ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ଅଶୋକ ଦୋରା ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଟୁକୁମଣି ପାଣିଗ୍ରାହୀ ଏବଂ ଘନଶ୍ୟାମ ପ୍ରଧାନୀ ଯୋଗ ଦେଇଥିଲେ । ସିଆର୍‌ସିସି ଜଗମୋହନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗତ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇର ଟପ୍ପରଙ୍କୁ ପ୍ରମାଣପତ୍ର ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ବ୍ଲକର ସମସ୍ତ ସିଆର୍‌ସିସି, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ କମିଟି କର୍ମକର୍ତ୍ତା, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁ କଳାକାରମାନେ ଉଚ୍ଚକୋଟୀର କଳା ପ୍ରଦର୍ଶନ କରି ଲଗାତାର ଭାବେ ତୃତୀୟ ଥର ପାଇଁ ବ୍ଲକ୍ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.