ଖପ୍ରାଖୋଲ (ଅଶୋକ କୁମାର ବାଗ): ଖପ୍ରାଖୋଲରେ ଏକ ଅପୂର୍ବ ଦିନ । ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ପରିସର ଛାତ୍ରଛାତ୍ରୀଙ୍କ ହର୍ଷୋଲ୍ଲ୍ଲାସରେ ଭରିଯାଇଥିଲା । ଆୟୋଜିତ ହୋଇଥିଲା ବ୍ଲକ ସ୍ତରୀୟ ଶିଶୁମହୋତ୍ସବ “ସୁରଭି–୨୦୨୫” । ଏହା କେବଳ ଏକ ମହୋତ୍ସବ ନୁହେଁ, ଏହା ହେଉଛି ଶିଶୁମନଙ୍କ ନୈସର୍ଗିକ ପ୍ରତିଭା ପ୍ରଦର୍ଶନର ଜୀବନ୍ତ ପ୍ରତିଚ୍ଛବି । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର ଯୋଗ ଦେଇଥିଲେ । ତାଙ୍କ ସହ ମଞ୍ଚାସୀନ ଥିଲେ ଏବିଇଓ ରୁଦ୍ରଦେବ ଷଡ଼ଙ୍ଗୀ, ମୀନକେତନ ବରିହା, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ଓ ସରପଞ୍ଚ ବେଟିଖାଇ ସେନ୍ଦରିଆ । ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ।
Prev Post
Next Post