oom

ନାଚିନ୍ଦା ଗ୍ରାମ ପଞ୍ଚାୟତ ରଘୁଚକ ସେବାଶ୍ରମ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରଘୁଚକ ସେବାଶ୍ରମ ସ୍କୁଲ ପରିସରରେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଚଉଦଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ବିଭାଗର ପ୍ରତିଯୋଗିତା ସହ ସୁରଭି ଏବଂ ଓଡିଶା ମିଲେଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ହୃଦୟ ରଞ୍ଜନ ଗଙ୍ଗାଇ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କମଳଲୋଚନ ବିଶ୍ଵାଳ, ମୁଖ୍ୟବକ୍ତା ଭାବେ କୁସୁଡ଼ା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ସରପଞ୍ଚ ତଥା ସମାଜସେବୀ ଶ୍ରୀପତି ଜେନା, ସମ୍ମାନିତ ବକ୍ତା ଭାବେ ପ୍ରାକ୍ତନ ସାଧନକେନ୍ଦ୍ର ସଂଯୋଜକ ଆଶୁତୋଷ ନାଗ, ସମ୍ମାନିତ ଅତିଥି ଭାବେ ରାମଦେଇଚକ ସେବା ସମବାୟ ସମିତିର ସଭାପତି ଖଗେନ୍ଦ୍ର ନାୟକ, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସନ୍ତୋଷ ନାଗ, ଶ୍ରୀନିବାସ ନାଗ, ଚକେଶ୍ୱରୀ ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୀପାଞ୍ଜଳି ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଲୋକାୟିତ ପ୍ରତିଭାକୁ ଆବିଷ୍କାର କରି ସେମାନଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ ସୁରଭି ଏକ ନିଆରା ମଞ୍ଚ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବାଗ ହାଇସ୍କୁଲର ଇଂରାଜୀ ଶିକ୍ଷକ ରଥିନ୍ଦ୍ର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ମଞ୍ଚ ଆହ୍ୱାନ କରିଥିବା ବେଳେ ଶିକ୍ଷୟିତ୍ରୀ ମମତା ପାଳ, ସୁପ୍ରଭା ପାତ୍ର, ରଶ୍ମିରାଣୀ ସାହୁ, ଶିକ୍ଷକ ରୂପକ ଜେନା, ଦିବାକର ଧଳ, ଅନନ୍ତ ଧଳ, ମନୋଜ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ସାଧନ କେନ୍ଦ୍ର ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ରଘୁଚକ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.