ବେଲପଡାରେ ସୁନେତ୍ର କାର୍ଯ୍ୟକ୍ରମ ଆରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ସୁନେତ୍ର ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର ଧୂମାଭଟା ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି । ବେଲପଡା ବ୍ଲକ ବିଇଓ ଚତୁର୍ଭୁଜ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଜଗବନ୍ଧୁ ମାଝୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ଧୂମାଭଟା, ସୁଲେକେଲା, କପାଣି, ମଣ୍ଡଳ ଓ ବାହାବଲ ଆଦି କ୍ଲଷ୍ଟରରୁ ୦ରୁ ୧୪ ବୟସର ୨ ଶହ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ବଲାଙ୍ଗିର ଓ ବେଲପଡା ସିଏଚ୍‌ସି ମେଡିକାଲ ଟିମ୍‌ଙ୍କ ସହାୟତାରେ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ଉପକରଣ ଏବଂ ଔଷଧ ବଣ୍ଟନ ପାଇଁ ପଦକ୍ଷେପ ନିଆଯାଇଥିଲା । ସଭାକୁ ବିଆର୍‌ପି ରାମପ୍ରସାଦ ମହାଲିଙ୍ଗ ସଂଯୋଜନା କରିଥିବା ବେଳେ ଆରଭି ଆଶୁତୋଷ ଠାକୁର, ଟିକେଶ୍ଵରୀ ମିର୍ଦ୍ଧା, ସିଆର୍‌ସିସି ମନୋରଞ୍ଜନ ମେହେର, ଦୀନବନ୍ଧୁ ତାଣ୍ଡି, ଚିନ୍ତାମଣି ପାଢ଼ୀଙ୍କ ସମେତ ଧୂମାଭଟା ନୋଡାଲ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ମହେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!