oom

ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିରରେ ହନୁମାନ ଚାଳିଶା ଏବଂ ସୁନ୍ଦରାକାଣ୍ଡ ପଠନ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରଭୁ ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ଉପଲକ୍ଷେ ଟିଟିଲାଗଡ ଠିକାଦାରପଡ଼ା ଠାରେ ଥିବା ରାଧାକୃଷ୍ଣ ମନ୍ଦିରରେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିବା ସହ ଧୁମ୍‌ଧାମ୍‌ରେ ଏହି ଉତ୍ସବକୁ ପାଳନ କରାଯାଇଛି । ଏହି ଅବସରରେ ମନ୍ଦିର ଭିତରେ ଥିବା ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପାଖାପାଖି ୨୦୦ ଭକ୍ତ ଏକ ସଙ୍ଗେ ହନୁମାନ ଚାଳିଶା ପଠନ କରିବା ପରେ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ପୂଜକଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପଠନ କରାଯାଇଥିଲା ।

ଏହି ମହୋତ୍ସବକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ରାଧାକୃଷ୍ଣ ମନ୍ଦିର କମିଟିର ସଭାପତି ପ୍ରକାଶ ଅଗ୍ରୱାଲ, ସମ୍ପାଦକ ମୋହନ ଲାଲ ଗୁପ୍ତା, କୋଷାଧ୍ୟକ୍ଷ ଅମରନାଥ ସିଙ୍ଗଲ, ସମସ୍ତ କମିଟି ସଦସ୍ୟ, ଶ୍ରୀ ରାମ ସେବା ସମିତିର ସଭାପତି ରୋହିତ ସୋନି, ଗୁଲାବ ସୋନି, ଅମିତ୍ କମାନି, ସନୂପ ଅଗ୍ରୱାଲ, ପବନ ଅଗ୍ରୱାଲ ଏବଂ ମାରୱାଡି ଯୁବାମଞ୍ଚର ସଭାପତି ରାଜା କମାନୀ, ଅମର ଜୈନ, ରିଙ୍କୁ ଅଗ୍ରୱାଲ, ଜୟ ପ୍ରକାଶ ଛପଡ଼ିଆ, କମଲ ଅଗ୍ରୱାଲ, ପିତାମ୍ବର ଶର୍ମା, ସତନ୍ ମୋଟେ ଏବଂ ଯୁବା ମଞ୍ଚର ସମସ୍ତ ସଦସ୍ୟମାନେ ସେବା ଦେବାରେ ସହଯୋଗ କରିଥିଲେ । ମନ୍ଦିର କମିଟି ପକ୍ଷରୁ ପ୍ରଭୁଙ୍କୁ ୫୧ କେଜି ବିଶିଷ୍ଟ ଦୁଇଟି ସବାମନି ଭୋଗ ଲଗାଇବା ସହିତ ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

jittmm
Leave A Reply

Your email address will not be published.