
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ପାଖରେ ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୂପା ଜବତ ହୋଇଛି। ଦୁଇଟି କଣ୍ଟେନର ଭିତରୁ ସୁନା ଓ ରୂପା ସିଟି ଜିଏସ୍ଟି ବିଭାଗ ଜବତ କରିଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ। ମୁମ୍ବାଇରୁ ଭୁବନେଶ୍ୱରକୁ ସୁନା ଓ ରୂପା ଆସିଥିଲା । ଏହାକୁ ୨ଟି କଣ୍ଟେନରରେ ଚାଲାଣ କରାଯାଉଥିଲା। ଖବର ପାଇ ସିଟି ଜିଏସ୍ଟି ବିଭାଗ ଅଧିକାରୀମାନେ ଚଢାଉ କରି ସୁନା ଓ ରୂପାକୁ ଜବତ କରିଛନ୍ତି। ଏଥିସହ ୪ ଜଣକୁ ଅଟକ ରଖି ଅଧିକାରୀମାନେ ପଚରାଉଚରା କରୁଛନ୍ତି ବୋଲି ଜଣାପଡିଛି । ତେବେ ଏତେ ପରିମାଣର ସୁନା ଓ ରୂପା କାହାର ତାହା ସ୍ପଷ୍ଟ ହୋଇନାହିଁ ।