ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ସିନାପାଲି ବ୍ଲକର ୨୭ଟି ପଂଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି । ଏଥି ମଧ୍ୟରୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ୪ ଜଣ, ଅଭିଯୋଗ କରିଛନ୍ତି । ସେହିପରି ମନରେଗା ଯୋଜନାରେ ସାମିଲ କରିବା ପାଇଁ ୬, ବାର୍ଧକ୍ୟ ଭତ୍ତା ପାଇଁ ୪, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ୨ ଟି ଅଭିଯୋଗ ହୋଇଛି ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ୪୯ ଟି ଅଭିଯୋଗ ଶୁଣାଣି ହୋଇଛି । ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ପ୍ରତ୍ୟେକ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।ସିନାପାଲି ସହରରେ ରହିଥିବା ବଭିନ୍ନ ସମସ୍ୟାର ସମାଧାନ ସହ ବସଷ୍ଟାଣ୍ଡ, ପାର୍କ, କଲ୍ୟାଣ ମଣ୍ଡପ, ବିଶ୍ରାମ ଗୃହ, ପରିସ୍ରାଗାର ଓ ଅଘୋଷିତ ବିଦ୍ୟୁତ କାଟକୁ ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.