oom

ଧୁଙ୍ଗିଆମୁଣ୍ଡାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ

jsmm

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ପଞ୍ଚାୟତର ଧୁଙ୍ଗିଆମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଜିଲ୍ଲା ଆରକ୍ଷୀ ନିତିନ କୁଶଳକର, ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଓ ବିଡ଼ିଓ ଭିକ୍ଟର ସୋରେନ ପ୍ରମୁଖ ମଞ୍ଚାସୀନ ହୋଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ମୋଟ ୭୦ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୧୫ଟି ବ୍ୟକ୍ତିଗତ ଓ ୮ଟି ସାମୁହିକ ଅଭିଯୋଗ ଥିବା ଜଣାଯାଇଛି । ୮ଟି ଅଭିଯୋଗର ତତ୍କାଲ ଶୁଣାଣି କରାଯାଇଥିବା ବେଳେ ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଓ ଅନ୍ୟଟି ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଦୀପ କୁମାର ଗୁରୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଲ ଦୀପ, ଜିଲ୍ଲା ମଙ୍ଗଳ ଅଧକାରୀ ଅଲେଖ ବିଶ୍ଵାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀ ଇଂ ଅର୍ଜୁନ ବେହେରା, ବିଡ଼ିଓ ଭିକ୍ଟର ସୋରେନ, ତହସିଲଦାର ସିଡିପିଓ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ବ୍ଲକ୍ ଯୋଗାଣ ଅଧିକାର, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବିଭାର, ସେକ୍ସନ ଅଧିକାରୀ ବ୍ରଜବନ୍ଧୁ ଠାକୁର, ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା, ପିଇଓ ସମେତ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଥିଲା । ଶୁଣାଣି ପରେ ଆୟୋଜିତ ଜନସେବା ପ୍ରଦର୍ଶନୀ ସ୍ଥଳ ବୁଲିବା ସହ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାର ଜଙ୍ଗଲ ଅଧିକାର ଆଇନ ଜମି ପଟ୍ଟା, ନିର୍ମାଣ ଶ୍ରମିକ ବୀମା ସହାୟତା, ପୁଷ୍ଟି ବଗିଚା ଚାରା ଓ ବିହନ କିଟ୍‌ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.