ସୁଦାମ ଚରଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିଠାରେ ନୂଆଁ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ନୂଆଁ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସୁଦାମ ଚରଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିଠାରେ ଏହାର ଶୁଭାରମ୍ଭ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ଆୟୋଜିତ ହେବ ବୋଲି ନୋଡାଲ ଅଫିସର ପ୍ରାଧ୍ୟାପକ ପ୍ରଶାନ୍ତ ଖମାରୀ ସୂଚନା ଦେଇଛନ୍ତି । ଏଥି ଉପଲକ୍ଷେ ଆୟୋଜିତ ସଭାରେ କ୍ରୀଡା ଉପଦେଷ୍ଟା ପ୍ରାଧ୍ୟାପକ ହୃଦାନନ୍ଦ ଦାଶ, ସାମାଜିକ ଉପଦେଷ୍ଟା ପ୍ରାଧ୍ୟାପକ ଦଧିବାମନ ପ୍ରଧାନ, ସାଂସ୍କୃତିକ ଉପଦେଷ୍ଟା ଅଧ୍ୟାପକ ଶମ୍ଭୁ ପ୍ରସାଦ ଦାଶ ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ । ଏହାର ଉଦ୍‌ଯାପନୀ ଉତ୍ସବ ଡିସେମ୍ବର ୧୨ ତାରିଖରେ କଲେଜ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରିୟଙ୍କା ରାଣି ବେଦବାକ, ଅଧ୍ୟାପିକା ଯୋଗେଶ୍ୱରୀ ଦାଶ, ଅଧ୍ୟାପିକା ଏ.ବି.ରମଲିପଶା, ଗ୍ରନ୍ଥାଗାରିକ ଅଶ୍ୱିନୀ କୁମାର ଖମାରୀ, ପି.ଇ.ଟି ନରୋତ୍ତମ ସାହୁ ପ୍ରଭୃତି ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.