ସଚେତନତା ରଥର ଶୁଭାରମ୍ଭ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ ସେବା ଜଗତ ତରଫରୁ ଓଡ଼ିଶା ମିଲେଟ ମିଶନ ତଥା ଆତ୍ମା କଳାହାଣ୍ଡିର ସହଯୋଗରେ ମ.ରାମପୁର ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ସହକାରୀ କୃଷି ଅଧିକାରିଣୀ ଜ୍ଞାନେଶ୍ୱରୀ ବିନ୍ଧାଣି ସବୁଜ ପତାକା ଦେଖାଇ କ୍ଷୁଦ୍ର ଶସ୍ୟ ଚାଷର ସଚେତନା ରଥର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ସେବା ଜଗତର ବ୍ଲକ ପ୍ରକଳ୍ପ ସଂଯୋଜିକା ସୁନୀତା ତାଣ୍ଡି ପରିଚାଳନା କରିଥିବା ବେଳେ ଅତିରିକ୍ତ ପ୍ରକଳ୍ପ ସଂଯୋଜକ ଟଙ୍କଧର ବଗର୍ତ୍ତି ସହଯୋଗ କରିଥିଲେ । ଏହି ରଥ ୧୪ ଦିନ ଧରି ୧୩ ଗୋଟି ପଂଚାୟତ ଭ୍ରମଣ କରି ସଚେତନତାର ବାର୍ତ୍ତା ପହଂଚାଇବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.