oom

ଖପ୍ରାଖୋଲଠାରେ ସାଇବର ସଚେତନତା ରଥର ଶୁଭାରମ୍ଭ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାରେ ସାଇବର ଠକେଇର କୁପରିଣାମ ଓ ସମାଜରେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସଚେତନତା ରଥକୁ ଖପ୍ରାଖୋଲ ଥାନା ଅଞ୍ଚଳ ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି । ଖପ୍ରାଖୋଲ ଭାରତୀୟ ଷ୍ଟେଟବ୍ୟାଙ୍କ କାର୍ଯ୍ୟାଳୟ ପରିସରରୁ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ଏହି ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଅବସରରେ ଖପ୍ରାଖୋଲ ଷ୍ଟେଟବ୍ୟାଙ୍କ ପ୍ରବନ୍ଧକ ବିଶ୍ଵବନ୍ଦନ ମହାନ୍ତି, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପ୍ରବନ୍ଧକ ଜଗଦୀଶ ପଣ୍ଡା, କୋଷାଧ୍ୟକ୍ଷ ରାଜ ମେହେର, ଗୋପୀନାଥ ବାଘ, ଶୋଭାଗିନୀ ସାହୁ, ଲଳିତ କୁମାର ତାଣ୍ଡି, ମୋହନ ଦଣ୍ଡସେନା, ଉମା ସାହୁ, ଖପ୍ରାଖୋଲ ଏସ୍‌ଆଇ ଗୋପୀନାଥ ମହାକୁଡ଼, ଏଏସ୍‌ଆଇ ଗୋପାଳକୃଷ୍ଣ କୁମୁରା, କନେଷ୍ଟବଳ ସଞ୍ଜୀବ ସାହୁ, ଭୋଳାଶଙ୍କର ଦେହଳିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଖପ୍ରାଖୋଲ ଥାନା ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ସାଇବର ଠକେଇ ବିଷୟରେ ସଚେତନତା ସହ ଏହାର କୁପରିଣାମ ଉପରେ ସଚେତନତା କରାଇବ ।

jittmm
Leave A Reply

Your email address will not be published.