ଜେଏସ୍‌ଏଲ୍‌ ପରିସରରେ ଇଭି ଯାନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ ପରିସରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଚଳପ୍ରଚଳର ଶୁଭାରମ୍ଭ କରାଯାଇଛି । ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଯାତାୟାତ ପାଇଁ କାରଖାନା ପରିସରରେ ୪ଟି ଟାଟା ନେକ୍ସନ୍‌ ଇଭି ମ୍ୟାକ୍ସର ଚଳାଚଳ ଆରମ୍ଭ ହୋଇଯାଇଛି । ଏପରିକି ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ -୨୨ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜେଏସ୍‌ଏଲ୍‌ର ଯାଜପୁର ୟୁନିଟ୍‌ ହେଡ୍‌ ଦୀପକ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.