jayashree

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍‌ରେ ପୁଣି ଆରମ୍ଭ ହୋଇଥିବା ‘ମୋ ବସ୍‌’ ସେବାକୁ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭାରମ୍ଭ କରିଛନ୍ତି । ପୂର୍ବରୁ କୋଣାର୍କକୁ ୭୧ ଏବଂ ୭୨ ରୁଟ୍‌ରେ ମୋ ବସ୍‌ ସେବା ରହିଥିଲା । ତେବେ କିଛି କାରଣ ବଶତଃ ୭୧ ନମ୍ବର ରୁଟ୍‌ରେ ବନ୍ଦ ଥିବା ମୋ ବସ୍‌ ସେବାକୁ ପୁଣିଥରେ ଆରମ୍ଭ କରାଯାଇଛି । ଏହି ସେବା ପୁନଃକାର୍ଯ୍ୟକାରୀ କରିବା ନେଇ ମନ୍ତ୍ରୀ ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରୟାସ ଆରମ୍ଭ ହୋଇଥିଲା । ଯାହାର ଫଳସ୍ୱରୂପ ଭୁବନେଶ୍ୱର ଓ କୋଣାର୍କକୁ ମୋ ବସ୍‌ର ପୁନଃସେବା ଆରମ୍ଭ ହୋଇଛି । ଏହା ଦ୍ୱାରା ପର୍ଯ୍ୟଟକମାନେ ଖୁବ୍‌ କମ ଖର୍ଚ୍ଚରେ କୋଣାର୍କ ଓ ଆଖପାଖ ଅଞ୍ଚଳ ବୁଲିପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଏଥି ସହିତ ଏହି ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ କୋଣାର୍କ ଅଞ୍ଚଳବାସୀଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ବସ୍‌ ସେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ।

Leave A Reply

Your email address will not be published.