
ବୌଦ୍ଧ : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ପୁରୁଣା କଟକ ପର୍ଯ୍ୟନ୍ତ ଶେଷ ହୋଇଛି । ଆଜି ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ । ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଲେ ଏହାର ଉଦଘାଟନ । ଏକା ଥର କେ ଦୁଇଟି ସ୍ଥାନରୁ ବୌଦ୍ଧ ଏବଂ ପୁରୁଣାକଟକରୁ ଗଡିଲା ରେଳ । ଏହି ଅବସରରେ ବୌଦ୍ଧ ଓ ପୁରୁଣାକଟକଠାରେ ଦୁଇଟି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ରେଳ ଷ୍ଟେସନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ, ରାହୁଲ କୁମାର ଗୋଏଲ, ସମ୍ବଲପୁର ର ଡି ଆର ଏମ ସୁବାଷ ଚନ୍ଦ୍ର ଚୌଧୁରୀ ଯୋଗ ଦେଇଥିଲେ । ଟ୍ରେନ ମ୍ୟାନେଜର ଜି ଗଣପତି ରାଓ ସଭାକୁ ପରିଚାଳନା କରିଥିଲେ ।