csstore

ସ୍ୱତନ୍ତ୍ର ତୀର୍ଥ ଯାତ୍ରୀ ବସର ଶୁଭାରମ୍ଭ କଲେ ମାନ୍ୟବର ବିଧାୟକ ବୀରମହାରାଜପୁର ଓ ଜିଲ୍ଲାପାଳ ସୁବର୍ଣ୍ଣପୁର

  • ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ୫୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ତୀର୍ଥ ଯାତ୍ରୀବସକୁ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିବା ସହ ସଫଳ ଯାତ୍ରା ନିମନ୍ତେ ଶୁଭକାମନା କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ଗୋଛି, ଆସିଷ୍ଟାଣ୍ଟ କଲେକ୍ଟର ସତ୍ୟବ୍ରତ ସାହୁ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ଜିଲ୍ଲା ସ୍ତରୀୟ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ସଫଳ ତୀର୍ଥ ଭ୍ରମଣ ପୂର୍ବକ ଆଧ୍ୟାତ୍ମିକ ଦିବ୍ୟ ଦର୍ଶନର ଅନୁଭବ ନିମନ୍ତେ ଶୁଭକାମନା କରି ଉତ୍ସାହିତ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ସହଦେବ ମେହେର ଓ ବିଶ୍ଵପ୍ରତାପ ସେଠଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରୁ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ଏହି ବସ ସନ୍ଧ୍ୟାରେ ସମ୍ବଲପୁରରେ ପହଂଚି ପାନ୍ଥନିବାସରେ ରାତ୍ରୀ ରହଣି କରିବ । ଆସନ୍ତା କାଲି ତା ୦୭/୦୨/୨୫ ପୂର୍ବାହ୍ନ ୧୧ ଘଣ୍ଟାରେ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ସ୍ୱତନ୍ତ୍ର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ସୁବର୍ଣ୍ଣପୁର ଜିଲ୍ଲାର ୩୨ ଜଣ ପୁରୁଷ ଓ ୨୦ ଜଣ ମହିଳା ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ସହ ପଡୋଶୀ ୭ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ କମାକ୍ଷା ଓ କଲିକତା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

jayashree
Leave A Reply

Your email address will not be published.