oom

ଆଗଲପୁର ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ଏହି ଅବସରରେ ପ୍ରଥମେ ୪ଟି ଅର୍ପଣ ରଥ ବାହାରି ବ୍ଲକର ଆଗଲପୁର, ଡୁଡୁକା, ସାଲେଭଟା, ପଟୁଆପାଲି ୪ଟି ପଂଚାୟତର ଗ୍ରାମଗୁଡିକ ପରିକ୍ରମା କରିବ ବୋଲି ସୂଚନା ମିଳିଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ବ୍ଲକର ସମସ୍ତ ପଂଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ପ୍ରତି ଘରୁ ଗୁଆ ଚାଉଳ ସଂଗ୍ରହ କରିବ ବୋଲି ସୂଚନାରୁ ପ୍ରକାଶ । ଏହି ପରିପ୍ରେକ୍ଷୀରେ ଆଜି ଚାରିଗୋଟି ରଥକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ, ବ୍ଲକ ଅଧ୍ୟକ୍ଷା ଗୀତାଞଳି ଦାଶ, ଜିଲ୍ଲା ପରିଷଦ ଜୋନ ୨ର ସଭ୍ୟ ବିଣା ପାଣି ଦାଶ, ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ବିଡିଓ କୁଳଦୀପ ମହାନ୍ତି ଅର୍ପଣ ରଥ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ । ଉକ୍ତ ଶୁଭାରମ୍ଭ ସମୟରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ରଥ ଗୁଡିକ ପଂଚାୟତର ଗ୍ରାମଗୁଡିକୁ ପରିକ୍ରମା ସାରିବା ପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.