jayashree

ଓରମାସ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବ୍ଲକ ଛକରେ ଅସ୍ଥାୟୀ ଟେରାକୋଟା ବିପ୍ପଣୀ କେନ୍ଦ୍ରର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାର ସୋନପୁର ବ୍ଲକ ଛକଠାରେ ଦୀପାବଳି ପର୍ବକୁ ଆଖି ଆଗରେ ରଖି ଜିଲ୍ଲାର ଜନସାଧାରଙ୍କୁ ଟେରାକୋଟା ହସ୍ତଶିଳ୍ପ ସାମଗ୍ରୀ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ଅସ୍ଥାୟୀ ଟେରାକୋଟା ବିପ୍ପଣ କେନ୍ଦ୍ରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଦୋକାନରେ ଥିବା ବିଭିନ୍ନ ପ୍ରକାରର ଟେରାକୋଟା ସାମଗ୍ରୀକୁ ଦେଖିଥିଲେ ଏବଂ ଉପସ୍ଥିତ ଉତ୍ପାଦକ ଗୋଷ୍ଠୀର ସଦସ୍ୟ/ସଦସ୍ୟାମାନଙ୍କୁ ଲୋକଙ୍କ ଚାହିଦା ମୁତାବକ ସାମଗ୍ରୀ ମହଜୁଦ ରଖିବା ପାଇଁ ଉତ୍ସାହିତ କରିଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ, ସୁବର୍ଣ୍ଣପୁରର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ଵିନୀ କୁମାର ମେହେର ଯୋଗଦେଇ ଉତ୍ପାଦକ ଗୋଷ୍ଠୀର ସଦସ୍ୟ/ସଦସ୍ୟାମାନଙ୍କ ସହ ଟେରାକୋଟା ସାମଗ୍ରୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ, ସୋନପୁର ସୋମ୍ୟରଞ୍ଜନ ସ୍ୱାଇଁ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଏପିଡି- ଦକ୍ଷତା ବୃଦ୍ଧି ଶ୍ରୀମତୀ ଶୈବାଳିନୀ ପଟ୍ଟନାୟକ, ଓରମାସ, ସୁବର୍ଣ୍ଣପୁରର କାର୍ଯ୍ୟନିର୍ବାହୀ ସହକାରୀ ଦେବାଶିଷ ମିଶ୍ର, ଡିସି -ସ୍କିଲ ବିଶ୍ୱମ୍ବର ପରିଡା, ବ୍ୟବସାୟ ପରିଚାଳନା ମହେଶ କୁମାର ଦାଶ ଓ ସୁବର୍ଣ୍ଣାଶ୍ରୀ ଉତ୍ପାଦକ କମ୍ପାନୀର ସମସ୍ତ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.