ସୁଭଦ୍ରା ଯୋଜନାରେ ନାମ ପଞ୍ଜୀକରଣ ପାଇଁ ବୋରିଗୁମ୍ମା ବ୍ଲକରେ ଟଙ୍କା ଆଦାୟ ଅଭିଯୋଗ

ବୋରିଗୁମ୍ମା, (କେପିଏନ୍‌ଏସ୍‌) : ବୋରିଗୁମ୍ମା ବ୍ଲକ ସଦର ଥିବା ବିଭିନ୍ନ ଜନସେବା କେନ୍ଦ୍ର ତଥା ସାଇବର କେଫ ଠାରେ ସୁଭଦ୍ରା ଯୋଜନା ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ କରାଯାଇଛି ।ଅଙ୍ଗନୱାଡି କର୍ମୀ ସୁଭଦ୍ରା ଫର୍ମ ଦେଇଛନ୍ତି । ହିତାକାରୀମାନେ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରୁଛନ୍ତି ଏଥିପାଇଁ ଜଣକ ଠାରୁ ୫୦ ରୁ ୧୦୦ ଟଙ୍କା ଲେଖାଏ ଆଦାୟ କରାଯାଉଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଏହି ଟଙ୍କା କାଗଜପତ୍ର ପାଇଁ ନିଆଯାଉଛି ବୋଲି ଅନ୍‌ଲାଇନ ସେଣ୍ଟର ଲୋକେ କହୁଥିବା ହିତାକାରୀ ଅଭିଯୋଗ କରିଛନ୍ତି । ଏନେଇ ଅନ୍‌ଲାଇନ କରୁଥିବା କେନ୍ଦ୍ରର ଅଧିକାରି ପାଟି ଖୋଲିବାକୁ ନାରାଜ ପ୍ରତିଦିନ ଶହ ଶହ ହିତାଧିକାରୀ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରିଛନ୍ତି । ଏନେଇ ବୋରିଗୁମ୍ମା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଯୋଗଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରିନାହିଁ । ଆଜି ବି ମହିଳାମାନେ ସୁଭଦ୍ରା ଯୋଜନା ଅନଲାଇନ ପାଇଁ ଯାଇ ଅସୁବିଧାର ସମ୍ମୁଖୀନ ହେଇଥିବା ସୂଚନା ମିଳିଛି । ଟଙ୍କା ଆଦାୟକୁ ବିରୋଧ କଲେ ଅନ ଲାଇନରେ ଆବେଦନ କରେଇ ଦେଉ ନଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ପାଇଁ ଟଙ୍କା ଆଦାୟ କରୁଥିବା ଜନସବା କେନ୍ଦ୍ର ମାଲିକ ମାନଙ୍କ ଆଇଡି ବନ୍ଦ କରା ଗଲାଣି କିନ୍ତୁ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ବୋରିଗୁମ୍ମାରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଣସି ପଦକ୍ଷେପ ନିଆ ଯାଇ ନାହିଁ । ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରି ଉଭିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନିରୀହ ମହିଳାମାନେ ଏଭଳି ଠକାମିର ଶିକାର ହେବେ ନାହିଁ ।

Leave A Reply

Your email address will not be published.