oom

ଆସନ୍ତା ଫେବୃୟାରୀରେ ଇସ୍ପାତ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୦୨୨ ମସିହା ଫେବୃଆରୀ ମାସରେ ଇସ୍ପାତ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି ସଂସଦର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶ ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଣିକି ସଂସଦର ଉପସଭାପତି ପଦ କେବଳ ମହିଳାଙ୍କ ଉଦ୍ଦିଷ୍ଟ ରହିବ । ଏଥିପାଇଁ ବୈଠକରେ ଯୋଗ ଦେଇଥିବା ମହିଳା ସଦସ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି । ସଂସଦର ଆର୍ଥିକ ପରିସ୍ଥିତି ତଥା ସୁବର୍ଣ୍ଣ ଜୟନ୍ତୀ ପାଳନର ରୂପରେଖ ନିମନ୍ତେ ପରବର୍ତ୍ତୀ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଛି । ସେହିପରି ନିର୍ବାଚନଗୁଡିକରେ ବାଲାଟ ପେପର କିମ୍ବା ଚିରକୁଟ ମାଧ୍ୟମରେ କରାଯାଇ ଅଧିକ ସ୍ୱଚ୍ଛତା ଅବଲମ୍ବନ କରାଯିବ ବୋଲି ସ୍ଥିର କରାଯାଇଛି । ଆଜିର ଏହି ବୈଠକରେ ସର୍ବଶ୍ରୀ କିଶୋରୀ ମୋହନ କର, ଅଭିରାମ ପ୍ରଧାନ, ନାରାୟଣ ସେଠୀ, ବ୍ରଜବିହାରୀ ଦାଶ, ଶଙ୍କର ପ୍ରସାଦ ତ୍ରିପାଠୀ, ଗୌତମ ଦାଶ, ପ୍ରଫୁଲ୍ଲ ସାମଲ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ମଞ୍ଜୁଳା କୁମାରୀ ରଥ, ରଘୁବର ଧଳ, ସତ୍ୟବ୍ରତ ଦାସ, ମନୋଜ କୁମାର ନନ୍ଦ, ପ୍ରକାଶ ଚନ୍ଦ୍ର ସେଠୀ, ସୁମିତ୍ରା ମିଶ୍ର, କମଳାକାନ୍ତ ଦାସ, ବବିତା ମହାଳିକ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନକୁ ସମସ୍ତେ ମିଳିମିଶି ସହଯୋଗ କରିବା ନିମନ୍ତେ ସଭାପତି ଓ ସାଧାରଣ ସଂପାଦକ ସମସ୍ତଙ୍କୁ ନିବେଦନ କରିଥିଲେ ।

jittmm
Leave A Reply

Your email address will not be published.