oom

କବିଚନ୍ଦ୍ରପୁର ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ

jsmm

ମ.ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ କବିଚନ୍ଦ୍ରପୁର ଠାରେ ଶନିବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସଭାପତି ବବଲୁ ବିଶିଙ୍କ ସଭାପତିତ୍ୱରେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମାଁ ଭୁଆସେନ ଗୁଡିରୁ ବିରାଟ ପଟୁଆରରେ ମଶାଲ ଯାତ୍ରା ଆରମ୍ଭ କରାଯାଥିଲା । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟ ବକ୍ତା ରୂପେ ଲିପ୍ସାମୟୀ ଦୁବେ ସମ୍ମାନିତ ଅତିଥି ଭାବେ ଅଲାତରା ସରପଞ୍ଚ ସସ୍ମିତା ନାଗ, ବିକାଶ ରଞ୍ଜନ ସିଂଦେଓ, ବୁଦ୍ଧିଜୀବୀ ଜଗବନ୍ଧୁ ବିଶି, ଗଣେଶ ପାତ୍ର, ବାସୁଦେବ ରଣା, ସୁଦର୍ଶନ ଦଣ୍ଡିଆ ଉପସ୍ଥିତ ଥିବାବେଳେ ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଘଣ୍ଟମାଲ ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ସମ୍ପାଦକ ଦେବେନ୍ଦ୍ର ସା, ଯୁବ ନେତା ଆଶିଷ ଦଣ୍ଡିଆ, କଳ୍ପନା ବିଶି, ସରୋଜ ବେହେରା, ସୁରେନ୍ଦ୍ର, ଜ୍ୟୋତିଶ ପ୍ରମୁଖ ଉପସ୍ଥିତ ରହି ସ୍କୁଲର ଉନ୍ନତି ଓ ସ୍କୁଲର ୫୦ ବର୍ଷର ଅନୁଭୂତି ଉପରେ ବର୍ଣ୍ଣନା କରିଥିଲେ । ପ୍ରଧାନ ଶିକ୍ଷକ ମାଧବ ଭୋଇ ବିବରଣୀ ପଠନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଲଳିତ ମୋହନ ଭୋଇ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଚନ୍ଦନ । ଏହି ପରିପ୍ରେକ୍ଷୀରେ ସ୍କୁଲର ଉର୍ଣ୍ଣତିରେ ସହାୟକ ହୋଇଥିବା ବରିଷ୍ଠ ବ୍ୟକ୍ତି, କଳାକାର ଓ ବିଭିନ୍ନ ବିଭାଗର ମନୋନୀତ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଉପଢେ଼øକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କମିଟିର ସଭାପତି ଭୀଷ୍ମ ଚରଣ ବିଶି, ସମ୍ପାଦକ ସୁବାସ ତାଣ୍ଡି, ଉପ-ସଭାପତି ରାମକୃଷ୍ଣ ରଣା, କନ୍ଦର୍ପ ବିଶି, ସରୋଜ ପାତ୍ର, ଭକ୍ତ ବିଶି, ସମ୍ମୋହିତ ଦୀପ, ଡୋଳାମଣି ବିଶି, ଚନ୍ଦନ ରଣା, ପରମେଶ୍ୱର ମାଝୀ, କୈଳାସ, ମିଳନ, ଶିବୁ, ଆକାଶ, ହେମନ୍ତ, ଝସକେତନ, ରୋହିତ, ସଂଗ୍ରାମ, ବୁଲୁଙ୍କ ସମେତ ସମସ୍ତ ସଦସ୍ୟ/ ସଦସ୍ୟା, ଯୁବଗୋଷ୍ଠୀ, ମହିଳା ମାନେ ସହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.