om academy

ହୋଟେଲ ମାଲିକଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

jsm

ପାଟଣାଗଡ, (ଅଜିତ ପୁରୋହିତ) : କରୋନା କଟକଣା ଆଳରେ ବାରମ୍ବାର ହୋଟେଲ ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଏବଂ ବାକି ଦୋକାନକୁ ଛାଡି କେବଳ ହୋଟେଲଗୁଡିକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଆଜି ପାଟଣାଗଡ ହୋଟେଲ ମାଲିକ ସଂଘ କର୍ମକର୍ତ୍ତା ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ବିନା କୌଣସି ପୁର୍ବ ସୁଚନାରେ ଗତକାଲି ରାତି ୯ଟାରେ ପ୍ରଶାସନ ତରଫରୁ ହୋଟେଲ ବନ୍ଦ କରିବାକୁ ଘୋଷଣା ହୋଇଥିଲା । ହେଲେ ହୋଟେଲ ମାଲିକମାନେ ସକାଳ ପାଇଁ ହୋଟେଲ ସାମଗ୍ରୀର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ହଠାତ ବନ୍ଦ ପାଇଁ ଘୋଷଣା ହେବା ଫଳରେ ତାଙ୍କ ହୋଟେଲ ଦ୍ରବ୍ୟ ନଷ୍ଟ ହେଉଛି । ସେହିପରି ଗରିବ ଠେଲା ଦୋକାନୀମାନଙ୍କ ଅର୍ଥିକ ଅବସ୍ଥା ଦୟନୀୟ ହୋଇ ପଡିଥିବା ବେଳେ ଧାର କରଜ କରି ପୁଣି ବେପାର ସଜାଡିବାକୁ ଉଦ୍ୟମ କରିଛନ୍ତି ସେମାନେ । ଏହି ସମୟରେ ହୋଟେଲ ବନ୍ଦ ନିଷ୍ପତ୍ତି ହୋଟେଲ ମାଲିକଙ୍କ ଦୁଃଖକୁ ଦ୍ୱିଗୁଣିତ କରୁଥିବା ଅଭିଯୋଗ କରିଛନ୍ତି । ସମସ୍ତ କରୋନା କଟକଣାକୁ ମାନି ଗ୍ରାହକଙ୍କୁ ପାର୍ସଲ ମାଧ୍ୟମରେ ଏବଂ ପରେ ସାମାଜିକ ଦୁରତାକୁ ମାନି ମାସ୍କ , ସାନିଟାଇଜର ବ୍ୟବହାର କରି ଗ୍ରାହକଙ୍କୁ ହୋଟେଲରେ ଖାଦ୍ୟ ଦିଆ ଯାଉଥିଲେ ମଧ୍ୟ ହଠାତ ପ୍ରଶାସନର ଏଭଳି ନିଷ୍ପତ୍ଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ଆଧାର କେନ୍ଦ୍ରରେ ଶହଶହ ଲୋକଙ୍କ ଭିଡ ହେଉଥିବା ବେଳେ ଠେଲାପେଲାରେ ଲୋକେ ଖାଦ୍ୟ ଖାଉଛନ୍ତି । ନା କୌଣସି ମାସ୍କ ନା ସାନିଟାଇଜର, କିଛି ବି କରୋନା ସତର୍କତା ଆହର କେନ୍ଦ୍ର କର୍ମଚାରୀ ପାଳନ ନକେଲ ବି ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି । ଏପରିକି ସହର ନିକଟସ୍ଥ ଢାବାମାନଙ୍କରେ ସନ୍ଧ୍ୟାରେ ମଦମାଂସର ଆସର ଜମୁଥିବା ବେଳେ ସେଠାରେ ବି ଢାବା ମାଲିକମାନେ କୌଣସି ପ୍ରତିକାରକ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ସେମାନଙ୍କ ଉପରେ ବି ପ୍ରଶାସନର ନଜର ନାହିଁ । କରୋନାର ଭୟାବହତା ଉପରେ ସତରେ ଯଦି ପ୍ରଶାସନ ସଚେତନ, ତାହେଲେ ପାଟଣାଗଡର ସମସ୍ତ ଦୋକାନବଜାରକୁ ସଟଉାଡନ କରାଯାଉ ବୋଲି ସଂଘ ଦାବୀ କରିଛି । ତେବେ ପାଟଣାଗଡ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ହୋଟେଲ ମାଲିକ ସଂଘ ନିଜ ଦାବୀପତ୍ର ଦେବା ସହ ତାଙ୍କ ଜୀବନ ଜୀବିକା ଉପରେ ଚିନ୍ତା କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ । ଘେରାଓ ସମୟରେ ସୁବୁଦ୍ଧି ହୋଟେଲ ମାଲିକ ଅରୁଣ ସୁବୁଦ୍ଧି, ସନ୍ତୁର ହୋଟେଲ ମାଲିକ ମନୋରଂଜନ ପାଣୀଗ୍ରାହୀ, ରୋୟେଲ ଟ୍ରିଟର ମାଲିକ ବିଶ୍ୱ ରାଉତ, ମକଟେଲ ହାଉସ ମାଲିକ ଜୌତିରଂଜନ ମିଶ୍ର, ଦ୍ୱାରିକା ହୋଟେଲ ମାଲିକ ବିଶ୍ୱନାଥ ପୁରୋହିତ, ପୁରୋହିତ ହୋଟେଲ ମାଲିକ ରଘୁନାଥ ପୁରୋହିତ, କ୍ରିଷ୍ଣା ହୋଟେଲ ମାଲିକ ବାବୁ ସିଂଙ୍କ ସହ ମମାତା ଜୈନ, ସନ୍ତୋଷ ରାହା, ସଂଜୀବ ରାଓ, ସନ୍ତୋଷ ସାହୁ , ବଶିଷ୍ଠ ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.