- ମଣ୍ଟେଶ୍ୱରୀ କ୍ରୀଡା ମହୋତ୍ସବ ଉଦ୍ଯାପିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ କ୍ରୀଡା ମହୋତ୍ସବ ପାଳିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଏକ ମଶାଳ ଶୋଭାଯାତ୍ରା ସ୍କୁଲଠାରୁ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍ଗାତା ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ଏବଂ ଜିଲ୍ଲା ଶାରିରୀକ ନିରିକ୍ଷକ ପ୍ରଦିପ ପାତ୍ର ଯୋଗଦେଇଥିଲେ । ପାଠପଢା ସହ ଖେଳର ମହତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ପ୍ରତିଯୋଗୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ୟାରେଡ ଅଭିବାଦନ କରିଥିଲେ । ୪୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ୧୦୦ ମିଟର ଦୌଡ, ବେଙ୍ଗଡିଆଁ, ବସ୍ତା ଦୌଡ, ଲମ୍ବଡିଆ, ରଶି ଦୌଡ, ଉଚ୍ଚ ଡିଆଁ, ସଟ ଫୁଟ, ଡିସ୍କସ୍ ଓ ଅନ୍ୟାନ୍ୟ ଖେଳ ହୋଇଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପିଡି ଡିଆରଡିଏ ପ୍ରଭାତ ପୁରୋହିତ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ପ୍ରଫେସର ତରୁଣ କୁମାର ମିଶ୍ର, ସ୍କୁଲ ଚେୟାରମେନ ବିରେନ୍ଦ୍ର ଉଦ୍ଗାତା, ପ୍ରଧାନ ଶିକ୍ଷୟତ୍ରୀ ମଧୁଛନ୍ଦା ମିଶ୍ର ଓ ସଂଗ୍ରାମ ପଣ୍ଡା ଯୋଗଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ପିଇଟି ଶ୍ରଦ୍ଧାଞ୍ଜଳି ବଗର୍ତ୍ତି ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ହିମାନୀ ତ୍ରିପାଠୀ, ରାଜେଶ ପାଣିଗ୍ରାହୀ, ସାମ୍ବାଦିକ ଆକୁଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।