ଝାରସୁଗୁଡ଼ା/ସମ୍ବଲପୁର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡରେ ଟ୍ରିବ୍ୟୁନାଲ୍ ତାର ଦ୍ୱିତୀୟ ପର୍ଯ୍ୟୟ ଅନୁଧ୍ୟାନ ଜାରି ରଖିଛି । ୪ ଦିନିଆ ଗସ୍ତର ପ୍ରଥମ ଦିନରେ ଏହି ଟିମ୍ ବଙ୍ଗୋ ଡ୍ୟାମ ସହ କୁମ୍ଭାରୀ ଡ୍ୟାମ, ହରଡି-୨ ଆନିକଟ, ସିଓରିନାରାୟଣ ବ୍ୟାରେଜ, ତଲ ଦେଉରୀ ଆନିକଟ ଗସ୍ତ କରିଛନ୍ତି । ଯାହାକୁ ନେଇ ଛତିଶଗଡ ଛାତିରେ ପଶିଛି ଛନକା ।
ତେବେ ମିଛ ଧରାପଡିବା ଭୟରେ ଟ୍ରିବ୍ୟୁନାଲ କଲମା ପହଞ୍ଚିବା ପୂର୍ବରୁ ୧୪ଟି ଗେଟ ବନ୍ଦ କରି ଗୋଟିଏ ଗେଟ୍ ଖୋଲା ରଖିଛି । ଆଜି ଏହି ଟିମ୍ ବିବାଦୀୟ କଲମା ବ୍ୟାରେଜ ଗସ୍ତ କରିବେ । କଲମା ବ୍ୟାରେଜ୍ ଯୋଗୁ ମହାନଦୀ ଜଳସ୍ତରରେ କ’ଣ ପ୍ରଭାବ ପଡୁଛି ତାକୁ ଅନୁଧ୍ୟାନ କରିବେ । ଆସନ୍ତାକାଲି ବିବାଦୀୟ କେଲୋ ଡ୍ୟାମ୍ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।
ଟ୍ରିବ୍ୟୁନାଲ ଗସ୍ତ ପରଠାରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଚର୍ଚ୍ଚାର ପରିଧି ଭିତରକୁ ଆସିଛି । ଖାସ କରି ଟ୍ରିବ୍ୟୁନାଲ ୫ ବର୍ଷ ପରେ ଏହା ପ୍ରଥମ କ୍ଷେତ୍ର ପରିଦର୍ଶନ ହୋଇଥିବା ବେଳେ ଏହା ଉପରେ କେନ୍ଦ୍ର ତଥା ଉଭୟ ରାଜ୍ୟର ନଜର ରହିଛି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଓଡିଶାରେ ଅନୁଧ୍ୟାନ କରିବ ଟ୍ରିବ୍ୟୁନାଲ ।