oom

ବକଟି ସ୍କୁଲର ପ୍ରିୟଙ୍କା ଦ୍ୱାରୀ ଓ ରୁକ୍ମଣୀ ମଟାରୀ ରାଜ୍ୟସ୍ତରୀୟ ବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଷ୍ଟାଡିୟମ ଠାରେ ଚଳିତ ଅକ୍ଟୋବର ୨୧ ରୁ ୨୩ ତାରିଖ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଦୌଡକୁଦ ପ୍ରତିଯୋଗିତାରେ ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବକଟିର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ଦ୍ୱାରୀ ୧୪ ବର୍ଷ ବାଳିକା ବର୍ଗ, ୨ ଶହ ମିଟର ଦୌଡ ଏବଂ ବି.ଏମ. ଉଚ୍ଚ ବିଦ୍ୟାଳୟ ବକଟିର ନବମ ଶ୍ରେଣୀର ଛାତ୍ରୀ ରୁକ୍ମଣୀ ମଟାରି ୧୪ ବର୍ଷ ବାଳିକା ବର୍ଗ ଲମ୍ବଡିଆଁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବଲାଙ୍ଗିର ଜିଲ୍ଲା ତରଫରୁ ରାଜ୍ୟସ୍ତରୀୟ ବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ବାରିକ, ସହକାରୀ ଶିକ୍ଷକ ଉତ୍ତମ ଦ୍ଵାରି, ଚିନ୍ମୟ ପୁରୋହିତ, ଗୋପବନ୍ଧୁ ପଟେଲ, ଶିକ୍ଷୟିତ୍ରୀ ସନ୍ତୋସିନି ଦଣ୍ଡସେନା, କଳା ଶିକ୍ଷକ ସରୋଜ ବିଶ୍ଵାଳ ତଥା ସି.ଆର.ସି.ସି. ବାବୁଲାଲ ସାହୁ ପ୍ରମୁଖ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଦ୍ୟାଳୟ ପି.ଆଇ ତଥା କୋଚ୍ ରୁଷଭ ପ୍ରଧାନଙ୍କ ତତ୍ୱାବଧାନରେ ଉଭୟ ଛାତ୍ରୀ ଅଭ୍ୟାସ ଜାରି ରଖିଥିବା ବେଳେ ଆଗକୁ ଉତ୍ତମ ଖେଳ ପ୍ରଦର୍ଶନ କରିବେ ବୋଲି କୋଚ୍ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.