jayashree

ତାଲପାଲିପଡା ରାମଜୀମନ୍ଦିରର ରତ୍ନମୁଦ ସ୍ଥାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୪ନମ୍ବର ୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏହାର ରତ୍ନମଦ ସ୍ଥାପିତ ହୋଇଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆଜି ସୁନ୍ଦରାକାଣ୍ଡ ସହ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହୋମଯଜ୍ଞ କରାଯାଇ ମନ୍ଦିରର ପବିତ୍ରତା କରାଯାଇଛି । ଗତକାଲି ସଂଧ୍ୟାରେ ପଡାର ମହିଳାମାନେ କଳସ ଶୋଭାଯାତ୍ରା କରି ପଡାପରିକ୍ରମା କରିଥିଲେ । ନିକଟସ୍ଥ ପୋଖରୀରୁ ଶୁଦ୍ଧଜଳ କଳସୀରେ ଆଣି ମନ୍ଦିରରେ ରଖାଯାଇଥିଲା । ତାଲପାଲିପଡାର ଦେବାନନ୍ଦ ପଟେଲ ଓ ଜୟନ୍ତି ପଟେଲ କର୍ତ୍ତାଦାୟୀତ୍ୱ ତୁଲାଇଥିଲେ । କଅଗାଁର ସୁଶାନ୍ତ ମିଶ୍ର ପୂଜକ ରହିଥିବା ବେଳେ ଦୀପକ ମିଶ୍ର ସୁନ୍ଦରାକାଣ୍ଡ ପାଠ କରିଥିଲେ । ଦୀପକଙ୍କ ସମଧୁରକଣ୍ଠରେ ଉପସ୍ଥିତ ଭକ୍ତ ବିଭୋର ହୋଇଯାଇଥିଲା । ରତ୍ନମୁଦ କାର୍ଯ୍ୟକ୍ରମରେ ବଲାଙ୍ଗିର ରାଜପରିବାରର ସଦସ୍ୟ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସେହିପରି ପୌରାଧ୍ୟକ୍ଷା ଲିକା ସାହୁ, ବିଜେଡିର ରାଜ୍ୟ ସଂପାଦକ ପ୍ରଦ୍ୟୁତ ମିଶ୍ର ମଧ୍ୟ ଯୋଗଦେଇଥିଲେ । ପୂର୍ବତନ କାଉନ୍‌ସିଲର ଅଶ୍ୱିନୀ ପୁଟେଲ, ଯୁବନେତା ଚନ୍ଦ୍ରମଣୀ ତ୍ରୀପାଠୀ, ରାଜକିଶୋର ପୁଟେଲ, ନରେନ୍ଦ୍ର ପଟେଲ, ରାଜ୍ୟସରକାର ଗତ କିଛିଦିନ ମଧ୍ୟରେ ମନ୍ଦିରଗୁଡିକର ରୂପାନ୍ତରଣ କରାଉଛନ୍ତି । ସେହିକ୍ରମରେ ତାଲପାଲିପଡାବାସୀଙ୍କ ଅନୁରୋଧ କ୍ରମେ ଏହି ରାମଜୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନପାଣ୍ଠିରୁ ୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇ କାମ ଚାଲିଛି । ପୌରପାଳିକା ପକ୍ଷରୁ ରାମଜୀ ସ୍ୱୟଂସହାୟିକା ଗୋଷ୍ଠୀ ଏହାର କାମ କରାଉଛନ୍ତି । ଆଜି ଏହାର ରତ୍ନମୁଦ ସ୍ଥାପନ କରାଯାଇଛି । ରତ୍ନମୁଦ ପାଇଁ ସହରର ଶ୍ରଦ୍ଧାଳୁମାନେ ଧାନ, ଅଷ୍ଟଧାତୁ ଓ ସୁବର୍ଣ୍ଣାଦି ପ୍ରଦାନ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରଉପରକୁ ଚଢି ରତ୍ନମୁଦ ପକାଇଥିଲେ ।

Leave A Reply

Your email address will not be published.