ରୋଟାରୀ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ

ରାଉରକେଲା, (ସସ୍ମିତା ପ୍ରଦାନ) : ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ରୋଟାରୀ କ୍ଲବ ଷ୍ଟିଲ ସିଟି ପରିଚାଳିତ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୈଷ୍ଣବ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଡଃ ସରିତା ମଲ୍ଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ସ୍ନେହା ରାଉତ ନୂତନ ଭାବେ ସଭାପତି ହୋଇଥିବା ଅରୋଜିତ ରାଉତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ବିଦାୟୀ ସଂପାଦିକା ବିଭାବନ ବେହେରା ନୂତନ ସଂପାଦକଙ୍କୁ ଚାର୍ଟର ହସ୍ତାନ୍ତର କରିଥିଲେ । ନୂତନ ସଭାପତି ଶ୍ରୀ ରାଉତ ନିଜ ଦାୟିତ୍ୱକୁ ସଠିକ୍‌ ରୂପେ ତୁଲାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଇଂରାଜୀ ଭାଷା ଦିବସରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅତିଥିମାନେ ଅନୀଲ ଗୁରୁଜୀ ଓ ଇଂରାଜୀ ଶିକ୍ଷକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନଚାର୍ଯ୍ୟ ଶ୍ରୀ ମହାପାତ୍ର ରୋଟାରୀ କ୍ଲବ ଷ୍ଟିଲ ସିଟିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଇଣ୍ଟ୍ରାକ୍ଟ କ୍ଲବକୁ ଅଧିକ କ୍ରୀୟାଶୀଳ କରିବାକୁ ମତ ରଖିଥିଲେ । ମୁଖ୍ୟଅତିଥି ଡଃ ମଲ୍ଲ ଇଣ୍ଟ୍ରାକ୍ଟ କ୍ଲବର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସେବା ମନୋଭାବକୁ ଆପଣାଇବା ପାଇଁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୨୦ଜଣ ଇଣ୍ଟ୍ରାକ୍ଟର ଯୋଗ ଦେଇଥିବା ବେଳେ ଗାୟତ୍ରୀ, ଶୋଭା, ଶୁଭଲକ୍ଷ୍ମୀ, ସମୀକ୍ଷା, ଆୟୁଷ ପ୍ରମୁଖ ସ୍ୱଗତ ସଂଗୀତ ଗାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ରୋଟାରୀ କ୍ଲବ ଷ୍ଟିଲ ସିଟିର ସଭାପତି ରୋଟାରୀଆନ ପୁତୁଲ ରାହୁଲ, ରୋଟାରୀଆନ ରଶ୍ମି ଦାସ, ରୋଟାରୀଆନ ସଂଧ୍ୟା ସାହୁ, ରୋଟାରୀଆନ ଚମ୍ପାବତୀ ଅମାତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଇଣ୍ଟ୍ରାକ୍ଟର ଅନୀଶା ନାୟକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

Leave A Reply

Your email address will not be published.