centurian jitm

ବାନ୍ଧନଘୋର ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁଭଖମ୍ବ ସ୍ଥାପନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅଧିନସ୍ଥ ବାନ୍ଧନଘୋର ଗ୍ରାମରେ ମାଁ ମାହେଶ୍ୱରୀ ଦେବୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହାସମାରୋହରେ ଶୁଭଖମ୍ବ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୁରୋଧା ଜମିଦାର ବିଧୂଭୂଷଣ ସିଂଦେଓ ଏବଂ ମୁଖ୍ୟ ଦେହେରୀ ସଂକୀର୍ତ୍ତନ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଜ୍ଞ କର୍ତ୍ତା ଭାବେ ସପତ୍ନୀକ ପ୍ରଦୀପ ସିଂଦେଓ, ବାଦୁଦେବ ବାଗ, ସୁଶାନ୍ତ ବାଗ ଏବଂ ବସନ୍ତ ପ୍ରଧାନ ପୂଜାର୍ଚ୍ଚନା କରିଥିଲେ । ପୂଜକ ଭାବେ ବିଘ୍ନରାଜ ମିଶ୍ର ଦାୟିତ୍ୱ ତୁଳାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ହାଡୁ ବାଗ, ପ୍ରଦୀପ ମେର୍ଲ୍ଲି, ଦଶ ବାଗ, ପସ ବାଗ, ଗୋପାଳ ପଧାନ ତଥା ସମସ୍ତ ବାନ୍ଧନଘୋର ଗ୍ରାମବାସୀ ସେବାକାରୀ ଏବଂ ଜିଲ୍ଲାସ୍ଥୀତ ବ୍ରାହ୍ମଣୀଡୁଙ୍ଗୁରି, କୁଟୁମଡୋଲା, ଶିଆଲବାହାଲି, ବାଗୁରବେଡା ଆଦି ଗ୍ରାମର ଶହ ଶହ ଭକ୍ତ ଯୋଗ ଦେଇ ସାହାର୍ଯ୍ୟ ସହଯୋଗ କରିଥିଲେ । ପ୍ରକାଶ ଥାଉକି ମାଁ ମାହେଶ୍ୱରୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆସନ୍ତା ୨୭.୦୩.୨୦୨୪ଠାରୁ ତା.୩୧.୦୩.୨୦୨୪ ପର୍ଯ୍ୟନ୍ତ ବାନ୍ଧନଘୋର ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞ, ଚବିଶ ପ୍ରହରୀ ନାମଯଜ୍ଞ, ପାରାୟଣ ତଥା ଆକର୍ଷଣୀୟ ମୀନାବଜାର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବହୁ ସଂଖ୍ୟକ ଭକ୍ତ ଯୋଗଦାନ କରି ମାଁ ଙ୍କର ଆଶିର୍ବାଦ ନେବା ପାଇଁ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ଅନୁରୋଦ କରାଯାଇଛି ।

Leave A Reply

Your email address will not be published.