oom

୨୦୨୧ର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ବଞ୍ଚିତ ଚାଷୀ ଦୀଲ୍ଲିପ ସାହୁଙ୍କ ଆତ୍ମାହୂତି ସ୍ଥଗିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମନମୁଖି ଟାଳଟୁଳ ନୀତି ଓ ବୀମା ରାଶି ପ୍ରଦାନରେ ଅହେତୁକ ବିଳମ୍ବ ସହ ଚାଷୀ ବୀମା କରିଥିବା ପଞ୍ଜିକରଣ ଆବେଦନକୁ ଏଯାଏ ଚାଷୀଙ୍କୁ ପ୍ରଦାନ ନ କରିବା ରାଜ୍ୟ ସରକାର ଚାଷୀ ଉପରେ ଖେଳ ଖେଳୁଥିବା କାର୍ଯ୍ୟପନ୍ଥାକୁ ସହଜରେ ଗ୍ରହଣ କରିନପାରି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭେଙ୍ଗେରାଜପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ଯୁବ ଚାଷୀ ବିଷ୍ଣୁ ଚରଣ ସାହୁ (ଦୀଲ୍ଲିପ)ଙ୍କ ଗତ ତିନି ଦିନ ପୂର୍ବେ ନିଜେ ଆସନ୍ତା ୩୧ ସୁଦ୍ଧା ବୀମା ରାଶି ନ ମିଳିଲେ ଆତ୍ମାହୂତି ପାଇଁ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏନେଇ ଆଜି ସକାଳ ୯.୩୦ରେ ଭେଙ୍ଗରାଜପୁର ଗ୍ରାମର କିଛି ଚାଷୀ ଆତ୍ମାହୂତିକୁ ସ୍ଥଗିତ କରିବା ପାଇଁ ନିବେଦନ କରିଥିଲେ । ତାଙ୍କ ପାଖରେ ଦେଖାଯାଉଥିବା ଆର୍ଥିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାର ପ୍ରତିଶୃତି ପରେ ଦୀଲ୍ଲିପ ଆତ୍ମାହୂତିକୁ ସ୍ଥଗିତ କରିଥିଲେ । ଭେଙ୍ଗେରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି, ଚାଷୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.