ଆଦୃତ ସାହିତ୍ୟ ପତ୍ରିକା “ସୃଜନ ସଳିତା ନବନୀତା” ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶିତ ତଥା ବହୁ ଆଦୃତ ସାହିତ୍ୟ ପତ୍ରିକା ‘ସୃଜନ ସଳିତା ନବନୀତା’ ପୂଜା ସଂଖ୍ୟା ୨୦୨୪ ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକା ଗାୟତ୍ରୀ ସରାଫଙ୍କ ବାସଭବନ ‘ ନୀଡ଼ ‘ ଠାରେ ଏକ ନିରାଡ଼ମ୍ବର ସମାବେଶରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟ ଭୀଷ୍ମ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱ କରିଥିଲେ । ଏହି ଉନ୍ମୋଚନ ସଭାରେ ନୃତ୍ୟଗୁରୁ ଘାସିରାମ ମିଶ୍ର, ଲେଖକ ସଞ୍ଜୟ କୁମାର ମିଶ୍ର, ଅଧ୍ୟାପକ ଡଃ. କୌତୁକ ପନ୍ଦର, ଡଃ. ଜଗନ୍ନାଥ ସାହୁ, ପ୍ରକାଶକ ରାଜେଶ ଝାଙ୍କର, ପରିଚାଳନା ସମ୍ପାଦକ ଯୁଧିଷ୍ଠିର ମେହେର, ଓଡିଆ ବିଭାଗର ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ବିଶ୍ଵାଳ ଓ ପଞ୍ଚାନନ ମିଶ୍ର ଆଦି ଉପସ୍ଥିତ ଥିଲେ । ଏହି ସଂଖ୍ୟାରେ ପ୍ରତିଷ୍ଠିତ ତଥା ଉଦୀୟମାନ ସାହିତ୍ୟକଙ୍କ ବିଭିନ୍ନ ଲେଖା ଯଥା ଦିବଂଗତ ନାଟ୍ୟ ପ୍ରତିଭା ଅଟଳ ବିହାରି ପଣ୍ଡା, କୋଶଳୀ ସଂସ୍କୃତି ଗବେଷକ ନିମାଇଁ ପାଣିଗ୍ରାହୀଙ୍କ ସ୍ମୃତି ଆଲେଖ୍ୟ, ବିନୋଦ ପଶାୟତ, ମଣିପୁରୀ ଲେଖକ ୱାଇ ଇବୋଂଚା ସିଂହ ଓ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ସାକ୍ଷାତକାର ଓ ଆଲୋଚନା ସମେତ ୧୦ଟି ଗଳ୍ପ, ୭ ଟି ଆଲୋଚନା ପ୍ରବନ୍ଧ ଓ ୧୯ଟି କବିତା ସ୍ଥାନିତ ହୋଇଛି । ଏହି ପୂଜା ସଂଖ୍ୟାଟି ପାଠକ, ଲେଖକ ତଥା ଗବେଷକଙ୍କ ଆଦୃତି ଲାଭ କରିବ ବୋଲି ଉପସ୍ଥିତ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.