ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପ୍ରାତଃ ସମୟରେ କଟକର ମହାନଦୀ ଗଡଗଡିଆ ଘାଟଠାରେ ସରଳା ଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ ତରଫରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସାଧାରଣ ସମ୍ପାଦକ, କଟକ ମ୍ୟୁନିସିପାଲଟିର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସ୍ୱର୍ଗତଃ ଭାଗିରଥି ମହାପାତ୍ରଙ୍କ ୫୦ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଟ୍ରଷ୍ଟ ର କାର୍ଯ୍ୟନିର୍ବାହୀ ସଦସ୍ୟ ସଦସ୍ୟାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଗହଣରେ ତିଳ ତର୍ପଣ କରାଯାଇଥିଲା । ଟ୍ରଷ୍ଟର ସଭାପତି ଆଇନଜୀବୀ ନିରଞ୍ଜନ ପଣ୍ଡା, ସମ୍ପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଜ୍ଞାନ ରଞ୍ଜନ ସାମନ୍ତରାୟ, ଆଇନଜୀବୀ ପତିତପାବନ ମହାପାତ୍ର, ଆଇନଜୀବୀ ସି କସ୍ତୁରୀ, ଆଇନଜୀବୀ ଶଶିଭୂଷଣ ଦାସ, ଆଇନଜୀବୀ ବିଶ୍ଵଜିତ ପାଣି, ଆଇନଜୀବୀ ଅସିତ୍ କୁମାର ଜେନା, ଆଇନଜୀବୀ ସୁଶ୍ରୀ ସୁସ୍ମିତା ପଟ୍ଟନାୟକ, ଆଇନଜୀବୀ ଜଗନ୍ନାଥ ମହାନ୍ତି, ଆଇନଜୀବୀ ମନୋଜ କୁମାର ପଣ୍ଡା, ଆଇନଜୀବୀ ପଦ୍ମାଳୟା ମହାପାତ୍ର, ସମାଜସେବୀ ଦେବୀ ପ୍ରସନ୍ନ ମହାପାତ୍ର, ଆଇନଜୀବୀ ସୁଶାନ୍ତ କୁମାର ବରାଳ, ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡ଼ ବିଶ୍ଵଜିତ ରାୟ କବୟିତ୍ରୀ ସସ୍ମିତା ପଟ୍ଟନାୟକ, ଅନ୍ତର୍ଯ୍ୟମୀ ବରାଳ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତଃ ଭାଗିରଥି ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
