centurian jitm

ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ

nschool

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତି ୮.୩୦ରୁ ୯ ଟା ସମୟ ମଧ୍ୟରେ ଘଟିଯାଇଛି ଗୋଟିଏ ଅଘଟଣ । ଯମୁନା ଜୋର କଡ଼ରେ ଥିବା ପୌର ପରିଷଦର ନୂତନ ଭାବେ ନିର୍ମାଣ ହୋଇଥିବା ମାଂସ ଦୋକାନ ପାଖରେ ଗୋଟିଏ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି । ସେହି ଟ୍ରାକ୍ଟର ତଳେ ଚାପି ରହିଥିଲେ ଜଣେ ଶ୍ରମିକ, ଡ୍ରାଇଭର ଗାଡ଼ି ଓଲଟିଲା ପରେ ଫେରାର ମାରିଥିଲେ । ଜଣେ ଶ୍ରମିକ ବହୁ ସମୟ ଧରି ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ଖବର ପାଇ ଆମ ପ୍ରତିନିଧି ସ୍ଥାନୀୟ ପୋଲିସ ଓ ଅନ୍ୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଟ୍ରାକ୍ଟର ଚକ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନେବା ପରେ ଶ୍ରମିକ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେହି ଶ୍ରମିକ ଜଣକ ନାରେନ୍ ଗ୍ରାମର ବୋଲି ଜଣାପଡିଛି । ଟ୍ରାକ୍ଟର ଡ୍ରାଇଭର ଅତି ମଦ୍ୟପାନ କରି ଗାଡି ଚଳାଉଥିବା ଲୋକେ କଥା ହେଉଛନ୍ତି । ଟ୍ରାକ୍ଟରର ନମ୍ୱର ମଧ୍ୟ ନାହିଁ, ଗାଡି କାହାର, ଚାଳକ କିଏ, ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.