centurian jitm

ଟଙ୍କପାଣି ପଞ୍ଚାୟତରେ ଜମି ଉନ୍ନତି କାର୍ଯ୍ୟର ଟଙ୍କା ହେରଫେର :
ଧାରଣାରେ ବସିଲେ ଶ୍ରମିକ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥିକ ସ୍ତରରେ ଉନ୍ନତି ଆଣିବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି । ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତରେ ୨୦୨୧-୨୨ କାର୍ଯ୍ୟ ବର୍ଷରେ ଜମି ଉନ୍ନତି କାମ କରିଥିବା ଶ୍ରମିକ ମାନଙ୍କୁ ତାଙ୍କର ମଜୁରୀ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏନେଇ ଆଜି ଟଙ୍କପାଣି ପଞ୍ଚାୟତରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଜନଶୁଣାଣୀରେ ଶ୍ରମିକମାନେ ଖରାରେ ଧାରଣା ଦେଇଥିବା ଜଣାପଡିଛି । ଏନେଇ ଶ୍ରମିକ ମାନଙ୍କୁ ସରପଞ୍ଚଙ୍କ ସ୍ୱାମୀ ତଥା ପ୍ରକ୍ସି ସରପଞ୍ଚ କୁହାଯାଉଥିବା ବ୍ୟକ୍ତି ସରପଞ୍ଚଙ୍କ ଉପସ୍ଥିତିରେ ଲୋକଙ୍କୁ ଧାରଣାରୁ ଉଠିବା ପାଇଁ କାକୁତି ମିନତି କରୁଥିବା ଦୃଶ୍ୟ ନଜରକୁ ଆସିଛି । ଦୁର୍ଭାଗ୍ୟର କଥା, ଯେଉଁସବୁ ଯୋଜନା ଯେଉଁ ଅଞ୍ଚଳ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି ସେଠାରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦାଦନ ଶ୍ରମିକ ରୋକିବାକୁ ଏକ ଲୋକାଭିମୁଖୀ ଯୋଜନା । ଅଥଚ ସମ୍ପୃକ୍ତ ଅଧିକାରୀମାନେ ମିଥ୍ୟା ବିଲ୍‌ ଓ ମେଶିନ ଦ୍ୱାରା କାମ କରି ଶ୍ରମିକଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଆସୁଛି । ଫଳରେ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବାରୁ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଉତ୍କଟ ରୂପ ଧାରଣା କରୁଛି ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.