oom

ୱାଇ.ଏମ.ଏଫ.ଆଇ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ.ଏଫ.ଆଇ ପକ୍ଷରୁ ଗତ ସପ୍ତାହରେ ଜାମ୍ମୁ କାଶ୍ମୀରର ପହଲଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ସମସ୍ତ ନିରୀହ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ସୁନ୍ଦରଗଡ଼ ଜିଲ୍ଲା ସଭାପତି ଇଂ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାଗ ନେଇଥିଲେ । ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ୱରେ ଗତ କାଲି ସନ୍ଧ୍ୟାରେ ଆମ୍ବବାଗାନ ନିକଟରେ ଆୟୋଜିତ ଶୋକ ସଭାରେ ସମାଜସେବୀ ଦୀପକ ଦାଶ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ପାଠୀ, ସିଦ୍ଧି ନାଥ ଜ୍ୟୋତିଷି, ମାନସ ରଞ୍ଜନ ଦାଶ, ସୁମିତ୍ରା ଦାଶ, ରଶ୍ମିତା ବିଶୋଇ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ, ମୋନାଲିସା ଗୌଡ଼, ନିତାଞ୍ଜଳି ପରିଡା, ଗୌରୀ ନାଗ, ସୋନାଲି ସରକାର, ସାଲୁ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିଥିଲେ । କାଶ୍ମୀର ପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଆତଙ୍କବାଦୀ ଙ୍କ ଏଭଳି ଅତର୍କିତ ଆକ୍ରମଣ ଘଟଣାକୁ ନିନ୍ଦା କରାଯିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ।

jittmm
Leave A Reply

Your email address will not be published.