ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ଵତନ୍ତ୍ର ସ୍ପୋର୍ଟସ ଷ୍ଟାର ଏସ୍‌ ଆୱାର୍ଡ଼

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅତାବିରା ମାଟିର ସୁପୁତ୍ର ତଥା ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ପୋର୍ଟସ ଷ୍ଟାର ଏସ୍‌ ଆୱାର୍ଡ଼ ସମାରୋହରେ ବିଶେଷ ଉଲ୍ଲେଖ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଗତକାଲି ମୁମ୍ବାଇଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ଵର ଏହି ନମ୍ବର ଏକ ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଭାବରେ ସ୍ପୋର୍ଟସ ଷ୍ଟାର ଅଫ୍‌ ଦି ଇୟର ପୁରୁଷ ଖେଳାଳୀ ଓ ମୀରବାଇଙ୍କୁ ଶ୍ରେଷ୍ଠ ମହିଳା ଖେଳାଳୀ ଭାବରେ ସମ୍ମାନୀତ କରାଯାଇଥିଲା । ସେହିଭଳି ପାରା ଅଲିମ୍ପିକ୍‌ରେ ଜ୍ୟାଭଲିନରେ ସ୍ୱର୍ଣ୍ଣ ପଦକ ବିଜୟୀ ପାରା ଖେଳାଳୀ ସୁନିତ୍ ଅନଟିଙ୍କୁ ଶ୍ରେଷ୍ଠ ପାରା ପୁରୁଷ ଓ ଅଭନିଙ୍କୁ ଶ୍ରେଷ୍ଠ ମହିଳା ପାରା ଖେଳାଳୀ ଭାବରେ ସମ୍ମାନୀତ କରାଯାଇଥିଲା । ବାଇଯୁସ, ଆଇଡିଏଫ୍‌ସି ସହ ମିଳିତ ଭାବରେ ଏହି ଏସ ଆୱାର୍ଡ଼ ୨୦୨୨ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.