ଏନ୍‌ଡ଼ିଏ ଓ ନୋଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏନ୍‌ଡ଼ିଏ ଓ ନୋଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଇଷ୍ଟ କୋଷ୍ଟ ରେଲ୍‌ୱେର ଚିଫ୍‌ ପାସେଂଜର ଟ୍ରାନ୍ସପୋଟେସନ୍‌ ମେନେଜର ଜ୍ୟୋତିପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏନ୍‌ଡ଼ିଏ ଓ ନୋଭାଲ ଏକାଡେମୀ ପରୀକ୍ଷା ପାଇଁ ଓଡ଼ିଶାରେ କଟକ ଓ ସମ୍ବଲପୁରରେ ପରୀକ୍ଷା ସେଂଟର ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି । ତେବେ ଏଥିପାଇଁ ୫ ତାରିଖ ଦିନ ବ୍ରହ୍ମପୁର-କଟକ, ପାରାଦୀପ-କଟକ, ବାରିପଦା-ଭଦ୍ରକ ଭାୟା ବାଲେଶ୍ୱର/ ଭଦ୍ରକ/ ଯାଜପୁର, ରାଉରକେଲା-ସମ୍ବଲପୁର ଭାୟା ଝାରସୁଗୁଡ଼ା, କଂଟାବାଂଜି-ସମ୍ବଲପୁର ଭାୟା ଟିଟିଲାଗଡ଼/ ବଲାଙ୍ଗିର/ ବରଗଡ଼ ରୋଡ଼ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ ।

Leave A Reply

Your email address will not be published.