om academy

ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ ଯମୁନା ଗ୍ରାମ ୟୁପି ସ୍କୁଲରେ ଶୋକସଭା

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ହୃଦଘାତରେ ମଙ୍ଗଳବାର ଆକସ୍ମିକ ଅକାଳ ବିୟୋଗ ଘଟିଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାସାଗର ଝାଙ୍କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଧବାର ସକାଳ ସାଢେ ଆଠଟା ସମୟରେ ଏକ ଶୋକସଭା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ତୀର୍ଥୟ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ତାଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅମର ଆତ୍ମାର ସଦ୍‌ଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହାପରେ ଉପସ୍ଥିତ ହଳଦୀ ସିଆର୍‌ସିସି ପ୍ରିୟଦର୍ଶନ ମୁଗ୍ରି, ସ୍କୁଲ ପରିଚାଳନା କମିଟି ସଭାପତି ହରେକୃଷ୍ଣ ସାହୁ, ଯମୁନା ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ସ୍ଵେଚ୍ଛାସେବୀ ଶିକ୍ଷକ ଯୁଧିଷ୍ଠିର ପଧାନ, ଗ୍ରାମର ଗାନ୍ଧିଲାଲ ମହାକୁର, ସୁଶାନ୍ତ ପଧାନ, ବ୍ୟାସଦେବ ପଧାନ, ଭୁବନେଶ୍ୱର ଥନାପତି, ପ୍ରାକ୍ତନ ଛାତ୍ର ହେମସାଗର ଥନାପତି, ଯୋଗେନ୍ଦ୍ର ମହାକୁର, ଅଙ୍ଗନୱାଡି କର୍ମୀ ସ୍ମିତା ସିନ୍ଦୂର ଓ ଆଶା କର୍ମୀ ମଞ୍ଜୁଲତା ମହାକୁର ପ୍ରମୁଖ ପରଲୋକଗତ ଶ୍ରୀ ଝାଙ୍କରଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଶିକ୍ଷକତା ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ।ଏଥିରେ ଯମୁନା ଗ୍ରାମର ପରମାନନ୍ଦ ଶିକା, ଆନନ୍ଦ ମାଝୀ, ଥବିର ପାତ୍ର, ବନ ମେର୍ଲି, ଡଗର ମହାକୁର, ନରେନ୍ଦ୍ର ଡାଙ୍ଗ, ସତ୍ୟବାଦୀ ମହାକୁର, ରମେଶ ପଧାନ, ଅଶୋକ ପଧାନ, ଭିକୁ ମେର୍ଲି, ଦୁଃଖନାଶନ କର୍ମୀ, ବୁଦ୍ଧାଦିତ୍ୟ ମହାକୁରଙ୍କ ସହ ଗ୍ରାମର ସମସ୍ତ ପୁରାତନ ଛାତ୍ରଛାତ୍ରୀ, ଯୁବକ, ସ୍କୁଲ କମିଟି ସଭ୍ୟସଭ୍ୟାଙ୍କ ସହ ଅଭିଭାବକ, ଅଭିଭାବିକା ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଅକାଳ ବିୟୋଗ ଘଟିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଦୟାସାଗର ଝାଙ୍କରଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ତାଙ୍କର ସ୍ମୃତିଚାରଣ କରି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ଦୁଇଜଣ ଶିକ୍ଷକ ଥିବା ଯମୁନା ପିୟୁପିଏସ୍‌ ସ୍କୁଲରେ ଜଣେ ଶିକ୍ଷକଙ୍କ ଅକାଳ ବିୟୋଗ ଘଟିଥିବାରୁ ଏବେ ଜଣେ ଶିକ୍ଷକରେ ଶିକ୍ଷାଦାନ ହେବ । ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଆଶଙ୍କା କରି ଶିକ୍ଷା ବିଭାଗରୁ ଜଣେ ନୂତନ ଶିକ୍ଷକ ନିଯୁକ୍ତି ଦେବା ପର୍ଯ୍ୟନ୍ତ ଗ୍ରାମର ଉଚ୍ଚ ଶିକ୍ଷିତ ସ୍ଵେଚ୍ଛାସେବୀ ଯୁବକମାନେ ନିଜେ ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ । ଯାହାକୁ ଗ୍ରାମବାସୀ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.