ସୋସିଆଲ ମିଡିଆ କୋଡିନେଟର ହେଲେ ଅଶ୍ୱିନୀ, ଗଦନ ଓ ସୂର୍ଯ୍ୟମଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଯୁବ କଂଗ୍ରେସ ସୋସିଆଲ ମିଡିଆ ଆବାହକ ଦୀପକ ଖତ୍ରୀଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସର ତିନି ଜଣ କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ସୋସିଆଲ ମିଡିଆ ଆବାହାକ ଭାବେ ମନୋନୀତ କରାଯାଇଛି । ସେହି ତିନି ଜଣ ଅଶ୍ୱିନୀ ରାଉତ, ଗଦନ ବେହେରା ଓ ସୂର୍ଯ୍ୟମଣୀ କେ ବୋଲି କଂଗ୍ରେସ ସୂଚନା ପ୍ରଦାନ କରିଛି । ନବ ମନୋନୀତ କର୍ମକର୍ତ୍ତାମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ସେବା ସୁଯୋଗ ପାଇଥିବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ନରସିଂହ ମିଶ୍ର, ବରିଷ୍ଠ ନେତା ସମରେନ୍ଦ୍ର ମିଶ୍ର, ଯୁବ କଂଗ୍ରେସର ଦୀପକ ଖତ୍ରୀ, ଶ୍ରୀନିବାସ ବିଭି, ରିୟାଜ ଅଂଶାରି, ବୈଭବ ୱାଲିଆ, ସ୍ମୃତି ରଞ୍ଜନ ଲେଙ୍କା ଓ ଅଭିଳାଷ ପତିଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତାସହ ଦଳର ନୀତି ଓ ସିର୍ଦ୍ଧାନ୍ତ ଜନମାନସକୁ ପହଞ୍ଚାଇବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅନ୍ୟପକ୍ଷରେ ସୋସିଆଲ ମିଡିଆ ଦାୟିତ୍ୱରେ ଏହି ତିନି ଜଣ ସକ୍ରିୟ ସଦସ୍ୟ ପାଇବା ଦ୍ୱାରା ଦଳ ଓ ତାହାର କାର୍ଯ୍ୟପନ୍ଥା ଆହୁରି ମଝବୁତ ହେବ ବୋଲି ଆଶା ପ୍ରକାଶ କରିଛି ।

jittmm
Leave A Reply

Your email address will not be published.