ରାଉରକେଲା, (ସସ୍ମିିିତା ପ୍ରଧାନ) : ସୁନ୍ଦରଗଡ ଲୋକସଭା କ୍ଷେତ୍ରର “ସାଂସଦ ଖେଳ ମହୋତ୍ସବର” ମଶାଲ ଶୋଭାଯାତ୍ରା, ବଣାଇର କୋଇଡା ଠାରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନ ପରିକ୍ରମା କରି ଆଜି ରାଉରକେଲାର ପାନପୋଷ ସ୍ଥିତ ହକି ଛକ ଠାରେ ରାଉରକେଲା ବିଧାନସଭା କ୍ଷେତ୍ରକୁ ହସ୍ତାନ୍ତର କରାଯାଇଥିଲା । ଏହି ମଶାଲକୁ ଏକ ସୁସଜ୍ଜିତ ଖୋଲାଜିପ୍ରେ ବରିଷ୍ଠ କର୍ମୀ ତଥା ସାଂସଦ ଖେଳ ମହୋତ୍ସବର ଜିଲ୍ଲା ପିଆର୍ ଗଙ୍ଗାଧର ଦାଶ ଏହାକୁ ଧରି ପାନପୋଷ ଛକ, ରାଉରକେଲାର ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରି ବିଶ୍ରାଛକ ସ୍ଥିତ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମ୍ରେ ବିରାଟ ଶୋଭାଯାତ୍ରାରେ ପହଞ୍ଚିଥିଲେ । ଏହି ମଶାଲ ଶୋଭାଯାତ୍ରା ସମୟରେ ରାସ୍ତାର ବିଭିନ୍ନ ଛକଠାରେ କଲେଜ, ସ୍କୁଲ, ଓକିଲ ସଂଘ, ପବ୍ଲିକ , ବିଭିନ୍ନ ସଙ୍ଗଠନଙ୍କ ତରଫରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ମଶାଲ ଷ୍ଟାଡିୟମ୍ରେ ପହଁଚିବା ମାତ୍ରେ ସମସ୍ତ ଖେଳ ଶିକ୍ଷକ ଓ ଖେଳାଳି ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯାଇ ଥିବାବେଳେ, ରାଉରକେଲା କ୍ଷେତ୍ରର ସଂଯୋଜକ ପ୍ରକାଶ ପାଶୱାନ ସଂଯୋଜନା ଓ ପରିଚାଳନା କରିଥିଲେ । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ମାର୍ଗଦର୍ଶନରେ “ସାଂସଦ ଖେଳ ମହୋତ୍ସବ” ଅତି ଶୃଙ୍ଖଳିତ ଓ ଅତି ସୁନ୍ଦର ଭାବରେ ସମଗ୍ର ସୁନ୍ଦରଗଡରେ ପାଳନ କରାଯାଉଛି । ଚଳିତ ମାସ ୧୩ରୁ ୧୬ ତାରିଖରେ ସାଂସଦୀୟ କ୍ଷେତ୍ରର ସୁନ୍ଦରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ନିର୍ଣ୍ଣାୟକ ପ୍ରତିଯୋଗିତାର ପ୍ରାରମ୍ଭ ଦିନ ଅର୍ଥାତ ୧୩ ତାରିଖ ଦିନ ଏହି ମଶାଲ ସୁନ୍ଦରଗଡରେ ପହଞ୍ଚିବ । ଏହି କାର୍ଯ୍ୟକ୍ରମକୁ ଫଳବତୀ କରିବା ପାଇଁ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ଧୀନା ଦସ୍ତାଗୀର, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ, ଜିଲ୍ଲା ଖେଳ ଡେପୁଟି ଡାଇରେକ୍ଟରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ସଂଯୋଜକ ପ୍ରକାଶ ପାଶୱାନ, ସହ ସଂଯୋଜକ ଲାଖନ ଲୋହାର, ଜିଲ୍ଲା ସଂଯୋଜକ ଦିଲ୍ଲୀପ ପଟ୍ଟନାୟକ, ରଘନାଥପଲ୍ଲୀ ସଂଯୋଜକ ମନୋରଞ୍ଜନ ମୁନି, ସହ ସଂଯୋଜକ ସୁଶାନ୍ତ ମହାପାତ୍ର, ଶଶାଙ୍କ ଶେଖର ଜେନା, ରୋଶନ ସାହୁ, ରିତା ସିଂ, ଜହ୍ନ ନାୟକ, ବଟକୃଷ୍ଣ ନାୟକ, ପ୍ରତାପ ପଟ୍ଟନାୟକ, ମନୋଜ ଦାସ, ଅନିଲ ମହାନନ୍ଦିଆ, ଆଶୁତୋଷ ଦାସ, ଦୁର୍ଗା ମାଇତି, ଅଭୟ ବେହେରା, ଅନିଲ ଅଗ୍ରୱାଲ, ମାଳତୀ ସିଂ, ହିରଣ୍ୟ ପ୍ରାସାଦ ସାହୁ , ହାପି ତନ୍ତୀ, ଶାନ୍ତନୁ ଦାସ, ଜିତେନ୍ଦ୍ର ରାୟ, ପ୍ରହଲ୍ଲାଦ ତନ୍ତୀ, ସତ୍ୟଜିତ ପ୍ରଧାନ, କୋଚ ଶିବ ମିଶ୍ର ଉପସ୍ଥିତ ରହି ସଫଳ କରିବାରେ ସହଯୋଗ କରିଥିଲେ ।