ଡକ୍ଟର କାଲାମଙ୍କ ୯୦ତମ ଜୟନ୍ତୀରେ ସ୍ମରଣୀକା ସ୍ମୃତିସୁଧା ଲୋକାର୍ପିତ

ଖଲ୍ଲିକୋଟ, (ପ୍ରଦୀପ କୁମାର ପଣ୍ଡା) : ଡକ୍ଟର ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ପରିଷଦ ପକ୍ଷରୁ ଡକ୍ଟର କାଲାମଙ୍କ ୯୦ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ପରିଷଦ ପକ୍ଷରୁ ସମ୍ପାଦିତ ସ୍ମରଣିକା ସ୍ମୃତିସୁଧାର ଲୋକାର୍ପଣ ଉତ୍ସବ ଓ ସାମ୍ପ୍ରତିକ ସ୍ଥିତିରେ ବୃକ୍ଷ ରୋପଣର ପ୍ରାସଙ୍ଗିକତା ଓ ସୁରକ୍ଷିତ ପୃଥିବୀ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ, ସହନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଆନ୍ତର୍ଜାତିକ ଗ୍ରୀନ କ୍ୟାପଟେନ ଦିଲ୍ଲୀପ ଶ୍ରୀ ଚନ୍ଦନ, ସମ୍ପାଦକ ଚିର ସନ୍ଧାନ ଅଧ୍ୟାପକ ପାର୍ଥ ସାରଥି ଅଜୟ ବାରିକ, ବିଶିଷ୍ଟ ସ୍ତମ୍ଭକାର ହୟଗ୍ରୀବ ତ୍ରିପାଠୀ, ଦୈନିକ ସକାଳ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗନ ମୋହନ ମହାପାତ୍ର, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ରମ୍ଭାର ପୂର୍ବତନ ନଗରପାଳ ସୁବାଷ ଚନ୍ଦ୍ର ପଣ୍ଡା, ପୁରୁଷୋତ୍ତମପୁର ବିଇଓ ହରେକୃଷ୍ଣ ପଣ୍ଡା, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଖଲ୍ଲିକୋଟ ବିଇଓ ଶ୍ରୀମତୀ ବିଚିତ୍ରା ମଞ୍ଜରୀ ମିଶ୍ର, ବେଗୁନିଆପଡା ବିଇଓ କମଳା କାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କୁ ଜଣେ ଯୋଗଜନ୍ମା ପୁରୁଷ ବୋଲି ଅଭିହିତ କରିବା ସହ ଜଣେ ବୈଜ୍ଞାନିକ ଭାବେ ଭାରତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । ଶିକ୍ଷୟିତ୍ରୀ ଦୀପିକା ଦାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଦ୍ଵାରିକା ନାଥ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅବଦୁଲ କାଲାମ ଜନ କଲ୍ୟାଣ ପରିଷଦର ସମ୍ପାଦକ ହର୍ଷ ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସକାଳ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗନ ମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଖଲ୍ଲିକୋଟର ବିଶିଷ୍ଟ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥଙ୍କୁ ପ୍ରଜ୍ଞା ପୁରୁଷ ସମ୍ମାନ, ଆର୍ଟ କଲେଜ ଅଧ୍ୟକ୍ଷ ଜୟନ୍ତ ଦାଶଙ୍କୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସମ୍ମାନ, ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିଶିଷ୍ଟ ଶିକ୍ଷାବିତ୍, ଅଜିତ ସେଠୀଙ୍କୁ ବିଶିଷ୍ଟ ଶୈକ୍ଷିକ ସମ୍ମାନ, ଦୀପିକା ଦାଶଙ୍କୁ ”ସ୍ମୃତିସୁଧା”, ରଞ୍ଜନ କୁମାର ମହାପାତ୍ର ଓ ପ୍ରଭାତ କୁମାର ମହାପାତ୍ରଙ୍କୁ ସମାଜସେବୀ ଓ ଲଳିତ କୁମାର ପଲେଇଙ୍କୁ ଆଦର୍ଶ ଛାତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ସ୍ମରଣିକା ସ୍ମୃତିସୁଧାକୁ ଲୋକାର୍ପଣ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ସୁନ୍ଦର ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତ୍ସ୍ନା ପ୍ରଧାନ ଓ ପରିଶେଷରେ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.