oom

ନାରାୟଣ ରାଉତଙ୍କ ସ୍ମୃତିଚାରଣ ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ନାରାୟଣ ଚନ୍ଦ୍ର ରାଉତ ସ୍ମୃତି ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା ସମାଜସେବୀ ତଥା ଦକ୍ଷ ସଂଗଠକ ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାଉତଙ୍କ ୨୩ତମ ସ୍ମୃତିଚାରଣ ସଭା ସେକ୍ଟର-୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବସ୍ତିଆ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ଇଂ ହେମନ୍ତ ମିଶ୍ର ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ, ଶ୍ରମିକ ନେତା ପ୍ରଶାନ୍ତ ବେହେରା, ନାରାୟଣଙ୍କ ବାଲ୍ୟ ବନ୍ଧୁ ଗୁରୁଚରଣ ଦାସ ଓ ସହକର୍ମୀ ତଥା ବନ୍ଧୁ ସୁଧୀର ସୁନ୍ଦରରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପି. ପି. ରାୟ, ରାଧାଶ୍ୟାମ ପରିଡ଼ା, ନିତ୍ୟାନନ୍ଦ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର କୁମାର ନାୟକ, ରବିନାରାୟଣ ପରିଡ଼ା, ଭଗବାନ ରାଉତ, ଅକ୍ଷୟ ଦାସ, ଶଶଧର ପାତ୍ର, ଶମ୍ଭୁନାଥ ପରିଡା, ପ୍ରଦୀପ କୁମାର ଦତ୍ତ, ଡାକ୍ତର ଦିପ୍ତୀ ରାୟ, ଜ୍ଞାନେନ୍ଦ୍ର ଦାସ, ରତ୍ନାକର ବଳ, ସୁବାସ ନାୟକ, ଭାସ୍କର ଚନ୍ଦ୍ର ଧଳ, ପୁଷ୍ପଶ୍ରୀ ସୁଜାତା ପରିଡ଼ା, ବିକଳ ଚନ୍ଦ୍ର ମହାନ୍ତି, ଅଭୟ ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ନାରାୟଣଙ୍କ ଜୀବନାଦର୍ଶ ଓ ସମାଜକୁ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ତାଙ୍କୁ ଜଣେ ପରୋପକାରୀ, ବନ୍ଧୁ ବତ୍ସଳ, ଅମାୟିକ, ଅଜାତଶତ୍ରୁ, ମିଷ୍ଟଭାଷୀ, ସମ୍ଭାବନା ଓ ଆତ୍ମବିଶ୍ଵାସର ପ୍ରତିଛବି ରୂପେ ଅବହିତ କରିଥିଲେ । ଏହି ଅବସରରେ ପି. ପି. ରାୟ, ଶଶଧର ପାତ୍ର, ଭଗବାନ ରାଉତ, ବିକଳ ଚନ୍ଦ୍ର ମହାନ୍ତି, ନିତ୍ୟାନନ୍ଦ ବିଶ୍ୱାଳ, ଇଂ ଗୌତମ ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱପ୍ନାରାଣୀ ଭଞ୍ଜଦେଓ ଓ ତନୁ ପ୍ରଧାନ ସହଯୋଗ କରିଥିବା ବେଳେ ସଂଯୋଜକ ଶ୍ରୀ ରାଉତ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ଏହି ଅବସରରେ ଆତ୍ମାର ସଦ୍‌ଗତି ନିମନ୍ତେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ପୁତ୍ର ନିରୋଦକୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ରାଉତଙ୍କ ସୁପୁତ୍ର ବିନୋଦ, ନିରୋଦ, କ୍ଷୀରୋଦ, ପ୍ରମୋଦଙ୍କ ସମେତ ପରିବାର ବର୍ଗ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ, ସମାଜସେବୀ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.