ls

ବରଗଡ଼ ଜିଲ୍ଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ ହେଲା, ଜିଲ୍ଲାରେ ୩ଲକ୍ଷ ୬୪ ହଜାର ହୀତାଧିକାରୀ ପାଇବେ ଏହି ସୁବିଧା : ୭୧ ସ୍କୁଲ ହେଲା ରୂପାନ୍ତରୀକରଣ ଯୋଜନାରେ ସାମିଲ

sb

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ମାଟି ହେଉଛି ମା’ ଲକ୍ଷ୍ମୀଙ୍କ ପବିତ୍ର ଭୂମି । ଓଡ଼ିଶାର ଭାତ ହାଣ୍ଡି । ବରଗଡ଼ ଜିଲ୍ଲାର ବୁଣାକାରମାନେ ମଧ୍ୟ ଚାଷୀ ଭାଇଙ୍କ ପରି ଦକ୍ଷ । ବରଗଡ଼ର ବୁଣାକାର ସାରା ବିଶ୍ୱକୁ ସମ୍ବଲପୁରୀ ଶାଢ଼ୀ ଉପହାର ଦେଇଛନ୍ତି । ବରଗଡ଼ ଜିଲ୍ଲାର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତା ମୋର ରାଜ୍ୟର ପ୍ରମାଣ ବୋଲି କହିଥିଲେ । ଆଜି ବିଜେପୁର ଏମ୍‌ ଗଣ୍ଡପାଲି ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ ହେଲ୍‌ଥ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ ଓ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରି ଭାର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ । ଏଥିରେ ଜିଲ୍ଲାର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରି କହିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଅଟେ । ଜିଲ୍ଲାରେ ୩ ଲକ୍ଷ ୬୪ ହଜାର ଲୋକ ଏହି ସୁବିଧା ପାଇବେ । ଆଜି ବରଗଡ଼ ଜିଲ୍ଲା ସହ ରାଜ୍ୟର ୧୧ଟି ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଗଲାଣି । ସ୍ମାର୍ଟ୍ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ୩ କୋଟି ଲୋକ ଉପକୃତ ହୋଇପାରିବେ । ଏହା ଦ୍ୱାରା ଆମ ରାଜ୍ୟର ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆର୍ଥିକ ସମସ୍ୟାରୁ ମୁକ୍ତି ହୋଇପାରିବେ । ଲୋକେ ସ୍ୱାସ୍ଥ୍ୟ ସମସ୍ୟାରେ ରହିଲେ ଚିନ୍ତିତ ହୋଇପଡନ୍ତି । ନିଜ କଷ୍ଟ ଉପାର୍ଜିତ ଘରଦ୍ୱାର, ଜମିବାଡ଼ି ବିକ୍ରି କରୁଛନ୍ତି । ପିଲାଙ୍କ ପାଠାପଢା ମଧ୍ୟ ବନ୍ଦ ହୋଇ ଯାଉଛି । ରାଜ୍ୟ ବିହୀନଙ୍କ ଏହି ସମସ୍ୟା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିକ ଧରି ଦେଶର ୨୦୦ଟି ବଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇପାରିବେ ଏଥିପାଇଁ ତାଙ୍କୁ ଟଙ୍କାଟିଏ ମଧ୍ୟ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ବିଜେପୁର ନିର୍ବାଚନ ମଣ୍ଡଳୀ ସମେତ ଏବେ ଜିଲ୍ଲାରେ ସରକାରଙ୍କ ଦ୍ଵାରା ୨୫୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଚାଲିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପ ଆସନ୍ତା ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଏବଂ ଚାଷୀମାନେ ଚାଷ ପାଇଁ ପାଣି ପାଇପାରିବେ । ଏହି ଅବସରରେ ଜିଲ୍ଲାରେ ୨୯୫ କୋଟି ୯ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ, କ୍ରୀଡା, ଶିକ୍ଷାର ବିଭିନ୍ନ ପ୍ରକଳ୍ପର ଭାର୍ଚୁଆଲ ମୋଡରେ ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଥିମଧ୍ୟରେ ୪୨ଟି ପ୍ରକଳ୍ପ ପାଇଁ ୨୭୯.୬୬ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ୧୧୫.୪୩ କୋଟି ବ୍ୟୟରେ ନିର୍ମିତ ୧୦୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭୧ ବିଦ୍ୟାଳୟକୁ ୫ଟି ଯୋଜନା ଅନ୍ତର୍ଗତ ରୂପାନ୍ତରୀକରଣକୁ ଉଦ୍‌ଘାଟନ କରିଥିଲେ । ପୂର୍ବତନ ବିଧାୟକ ତଥା ମୋ କଲେଜ ଯୋଜନାର ଅଧ୍ୟକ୍ଷ ଆକାଶ ଦାଶ ନାଏକଙ୍କ ପରିଚାଳନା ଅନୁଷ୍ଠିତ ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉଦ୍‌ବୋଧନ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ । ୫ଟି ସଚିବ ଭିକେ ପାଣ୍ଡିଆନ ମଞ୍ଚାସୀନ ଥିଲେ । ସଭା ସ୍ଥଳରେ ବିଧାୟକ ପ୍ରଣବ ଦାଶ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ଟୁକୁନି ସାହୁ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ଆର୍‌ଡିସି ଦୀପକ କୁମାର, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଏସ୍‌ପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.