om academy

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ : ଦ୍ଵିତୀୟ ଦିନରେ ୧୦ଟି ପଞ୍ଚାୟତରେ ୧୧,୫୭୧ଜଣଙ୍କୁ ପ୍ରଦାନ କରାଗଲା

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସାଢ଼େ ୯ଟା ସମୟରୁ ଦେଓଗାଁ ବ୍ଲକର ୧୦ଟି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ୧୧ହଜାର ୫୭୧ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରେ ଥିବା ୬ଟି ପଞ୍ଚାୟତ ଯଥା ଉଡାର, ମକୁନ୍ଦପୁର, ଉପରଝର, ମହଲାଇ, ଗୌଡଗୋଠ, ବଡବାହାଲ ପଞ୍ଚାୟତରେ ରାଜ୍ୟ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ଼ ପ୍ରଦାନ କରି ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା ପାଇବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ପରିଚାଳନା କରିଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଳ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଅର୍କେଶ ନାରାୟଣ ସିଂଦେଓ, ବ୍ଲକର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବିଜେଡ଼ି ଜିଲ୍ଲା ସାଧାରଣ ସଂପାଦକ ଉମା ଶଙ୍କର ସିଂ, ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା, ସରପଞ୍ଚ କାହ୍ନଚରଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଦେଓଗାଁ ବ୍ଳକର ପୂର୍ବାଞ୍ଚଳର ୪ଟି ପଞ୍ଚାୟତ ଯଥା ଡୁମ୍ବେରପିଟା, ରାମଚନ୍ଦ୍ରପୁର, ସିଂହାମୁଣ୍ଡା ଓ ଦେଷଣ୍ଡ ପଞ୍ଚାୟତରେ ଓଡ଼ିଶା ହାଉସିଂ ବୋର୍ଡ଼ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ତାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ବ୍ଳକ ଜୀବନ ଜୀବିକା ମିଶନର ସଂଯୋଜକ ପ୍ରତିପ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।

ସୂଚନା ଯୋଗ୍ୟ ଯେ, ବୁଧବାର ଦିନ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକର ୭ଟି ପଞ୍ଚାୟତ ଯଥା ଦେଓଗାଁ ପଞ୍ଚାୟତର ୧୨୫୫ ଜଣ, ଜରାସିଂହା ପଞ୍ଚାୟତର ୧୧୬୦ଜଣ, ସାଲେପାଲି ପଞ୍ଚାୟତର ୮୫୫ଜଣ, ହାତୀସରା ପଞ୍ଚାୟତର ୬୮୫ ଜଣ, କୁତୁର୍ଲା ପଞ୍ଚାୟତର ୧୨୪୯ ଜଣ, ସିକୁଆଁ ପଞ୍ଚାୟତର ୬୮୬ଜଣ ଓ ଗାଈବାହାଲ ପଂଚାୟତର ୧୨୭୧ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଥିଲା । ମୋଟ ଦେଓଗାଁ ବ୍ଲକର ୭ଟି ପଞ୍ଚାୟତର ୭ହଜାର ୧୬୧ଜଣଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.