jayashree

ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏଁ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏଁ ସ୍ମାର୍ଟ ସ୍କୁଲର ଉର୍ଚୁଆଲ୍ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଫାଇଭ୍ ଟି ଅଧୀନରେ ୩୦ ତାରିଖ ମଧ୍ୟରେ ୫୦ଟି ସ୍କୁଲ ରୁପାନ୍ତରୀକରଣର ଉଦଘାଟନ କାର୍ୟ୍ୟକ୍ରମ ରହିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୨୦ ଜଣ ବିଧାୟକ ଓ ବିଧାୟିକା ଯୋଗ ଦେବେ । ପ୍ରତିଦିନ ଗୋଟିଏ ଲେଖାଏଁ ସ୍କୁଲରେ ୨ ଜଣ ଲେଖାଏଁ ବିଧାୟକ ଯୋଗ ଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ସହ ଆଲୋଚନା କରିବେ । ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବାବଦରେ ପ୍ରତି ହାଇସ୍କୁଲକୁ ସିଏସ୍‌ଆର୍‌ ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ ଲକ୍ଷ ଲେଖାଏଁ ଟଙ୍କା ମଞ୍ଜୁର ହୋଇଥିଲା । ଏଥିସହ ପଞ୍ଚାୟତ ଓ ବ୍ଲକ୍‌ ପାଣ୍ଠି ବିନିଯୋଗ ହୋଇଥିବା ବେଳେ ପ୍ରତି ହାଇସ୍କୁଲରେ ନିର୍ମାଣ କରାଯାଇଛି ୨-୩ଟି ସ୍କାର୍ଟ କ୍ଲାସରୁମ୍‌ । ଅନ୍‌ଲାଇନ୍ ପାଠପଢ଼ା ଅଧିକ ସୁବିଧାଜନକ ହେବ ଯେଉଁଠି ପିଲାଏ ମଧୁ ଆପ୍, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ଆଦି ବ୍ୟବହାର କରି ଯୁଗପଯୋଗୀ ଜ୍ଞାନକୌଶଳ ହାତ ପାଆନ୍ତାରେ ପାଇପାରିବେ । ଅତ୍ୟାଧୁନିକ କ୍ଲାସ୍‌ରୁମ୍‌ ସହ ଇ-ଲାଇବ୍ରେରୀ, ଇ-ଲାବ୍ରୋଟୋରୀ, ଅତ୍ୟାଧୁନିକ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ଓ ଖେଳପଡ଼ିଆ ସହିତ ଚାରାରୋପଣ କରାଯାଇଛି ।

Leave A Reply

Your email address will not be published.