jayashree

ହେଁସମୂଳ ଗ୍ରାମଠାରେ ତାଳଚେର ବିଧାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ବ୍ଲକ ହେଁସମୂଳ ଗ୍ରାମ ପଂଚାୟତଠାରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମର ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା ସହିତ ଏହାର ଉପକାରିତା ସଂପର୍କରେ ଅବଗତ କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ବିଧାୟକ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଂଚ ଦିଲିପ୍‌ ଦେହୁରୀ, ସମାଜସେବୀ ସଂଜୟ ଜାଲ, ଗ୍ରାମ ସଭାପତି ରାଧାମୋହନ ବେହେରା, ପଂଚାୟତର ସଭାପତି ପର୍ଶୁରାମ ସାହୁ, ବିଜେଡି ଛାତ୍ର ସଭାପତି ଅବିନାଶ ବିଶ୍ୱାଳ, ଯୁବ ସଭାପତି ବିପିନ ସାହୁ, ସଂଜିବ ସାହୁ ଏବଂ ମହିଳା ସଭାନେତ୍ରୀ ସୁମିତ୍ରା ସାହୁ ପ୍ରମୁଖ ଉପସ୍ଥତ ଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ୨୦୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ କାର୍ଡ ବଂଟନ କରାଯାଇଥିଲା । ଅନ୍ୟ ହିତାଧିକାରୀଙ୍କ ପର୍ଯ୍ୟାୟ କ୍ରମେ ବଂଟନ କରାଯିବ ବୋଲି କୁହାଯାଇଛି । ପ୍ରାରମ୍ଭରେ ବିଧାୟକ ଶ୍ରୀ ପ୍ରଧାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ବିଧାୟକ ଶ୍ରୀ ପ୍ରଧାନ ଗ୍ରାମ ପରିକ୍ରମା କରି ଏକ ବିରାଟ ଶୋଭାଯାତ୍ରାରେ ଆସି କାର୍ଡ ବଂଟନ କରିଥିଲେ ।

Leave A Reply

Your email address will not be published.