oom

ପ୍ରଥମ ବାର୍ଷିକ ସ୍ବର୍ଗତ ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ : ତୃତୀୟ କ୍ଵାଟର‌ ଫାଇନାଲ୍‌ରେ ଲିଖିରିଆକୁ ହରାଇ ସେମିଫାଇନାଲରେ ସରଗଡା

jsmm

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ସାଲେପାଲି ଡମ୍ବରୁଧର ଷ୍ଟାଡ଼ିୟମରେ ସାଲେପାଲି ସାହାରା କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପ୍ରଥମ ବାର୍ଷିକ ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ତୃତୀୟ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ଗିରିରାଜ୍ ସିଂ, ଶୁଭଙ୍କର ବୁନିଆଁ, ରାଘଭେନ୍ଦ୍ର ହର୍ଡର ଯୋଗ ଦେଇଥିଲେ। ଗୁପ୍ ‘ସି’ର ପ୍ରଥମ ମ୍ୟାଚରେ ବଗଡାକୁ ଲିଖିରିଆ ଦଳ ହରାଇଥିଲା। ଦ୍ବିତୀୟ ମ୍ୟାଚରେ ଋଷୁଡ଼ାକୁ ସରଗଡା ହରାଇଥିଲା। ଲିଖିରୀଆ ଓ ସରଗଡା ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସରଗଡା ପ୍ରଥମେ ବ୍ୟାଟିଂ କରି ୧୦ଓଭରରେ ୮ୱିକେଟ ହରାଇ ୮୭ରନ୍ କରିଥିଲା। ଜବାବରେ ଲିଖିରିଆ ଦଳ ୧୦ଓଭରରେ ୬ୱିକେଟ ହରାଇ ୭୭ରନ କରି ପାରିଥିଲା। ଯାହାଫଳରେ ସରଗଡା ଦଳ ୧୦ରନରେ ବିଜୟୀ ହୋଇଥିଲା। ଆଜିର ମ୍ୟାଚଗୁଡ଼ିକୁ ଜୟରାମ ଭୋଇ, ଶୁଭମ୍ ସାମଲ ପରିଚାଳନା କରିଲେ। ସମୀର ପଧାନ, ଶ୍ରାବଣ ସାହୁ ସ୍କୋରର ଏବଂ ଦୁର୍ବାଦଳ ପସାୟତ ଓ ମଣ୍ଟୁ ସାମଲ ଧାରା ବିବରଣୀ ଦେଇଥିଲେ।

jittmm
Leave A Reply

Your email address will not be published.