ସିପିଏମ୍ ପକ୍ଷରୁ ୧୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) ପକ୍ଷରୁ ୧୬ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆସନ୍ନ ମରୁଡି ପ୍ରତିକାର ଏବଂ ତୈଳଦର, ରନ୍ଧନ ଗ୍ୟାସ ଏବଂ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି, କୋଭିଡରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ, ଏମ୍‌ଜିଏନ ଆରଇଜିଏ ଅନୁଯାୟୀ ଜଣେ ଶ୍ରମଜୀବୀକୁ ବାର୍ଷିକ ଦୁଇଶହ ଦିନର କାମ ଓ ଦୈନିକ ୬ ଟଙ୍କା ମଜୁରୀ ଧାର୍ଯ୍ୟ ଆଦି ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କାରାଯାଇଥିଲା । ଶତାଧିକ ଦଳୀୟକର୍ମୀ ଦଳୀୟ ପତାକା ଧରି ପାଳିବନ୍ଧ ସରପଞ୍ଚ ଦିଲିପ ଛୋଟରାୟଙ୍କ ନେତୃତ୍ୱରେ ଗଞ୍ଜାମ ସହର ସ୍ଥିତ ତ୍ରିବେଣିମଠ ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଫାଟକ ନିକଟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ କୈଳାଶ ସଢଙ୍ଗୀ, ରାଜ୍ୟ କମିଟି ସଭ୍ୟ ରାମଚନ୍ଦ୍ର ନାୟକ, ଏଲସିସଭ୍ୟ ପଦ୍ମଚରଣ ପ୍ରଧାନ, ଜିଲ୍ଲା କମିଟି ସଭ୍ୟ ଖାଲି ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସାହୁ, ଦଣ୍ଡପାଣି ମହାପାତ୍ର, ରାମଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.