oom

ଦ୍ଵିତୀୟ କନ୍ୟା ସନ୍ତାନର ଏକୋଇଶା ଉତ୍ସବରେ ଶୀତବସ୍ତ୍ର ବଣ୍ଟନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଜିକା ସମୟରେ ଯେଉଁଠି କନ୍ୟା ସନ୍ତାନ ମାନଙ୍କୁ ମାତୃ ଗର୍ଭରୁ ହତ୍ୟା କରାଯାଉଛି ସେହି ସମୟରେ ନିଜର ଦ୍ୱିତୀୟ କନ୍ୟାର ଏକୋଇଶା ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରି ଡେଲାଙ୍ଗ ଅଞ୍ଚଳରେ ଏକ ଉଦାହରଣ ପାଲଟିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୁଞ୍ଜର ଗ୍ରାମର ମହେଶ୍ୱର ବେହେରା ଏବଂ ତାଙ୍କ ଧର୍ମପତ୍ନୀ ଶୁଭଲକ୍ଷ୍ମୀ ପରିଡା । ଝିଅର ଏକୋଇଶା ଦିନରେ ଗ୍ରାମର ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବାଣ୍ଟିବା ସହିତ ମିଷ୍ଟାନ୍ନ ଏବଂ ଭୋଜନ ଅର୍ପଣ କରିଥିଲେ । ସମାଜରେ କନ୍ୟା ସନ୍ତାନ ମାନଙ୍କ ପ୍ରତି ଥିବା ଚିନ୍ତାଧାରାକୁ ବଦଳାଇବାକୁ ଏହା ଏକ ଛୋଟିଆ ପ୍ରୟାସ ଥିଲା ବୋଲି ସେ କୁହନ୍ତି । ନିର୍ମାଣ ଶ୍ରମିକ ଭାବରେ କାମ କରୁଥିବା ଶ୍ରୀ ବେହେରା ପୂର୍ବରୁ ବେସରକାରୀ ଭାବେ ଶହ ଶହ ଛାତ୍ରଛାତ୍ରୀ ମାନଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରି ଅଞ୍ଚଳରେ ବେଶ୍ ପ୍ରସିଦ୍ଧିଲାଭ କରିଛନ୍ତି । ବଡ ଭାଇ ଲିଙ୍ଗରାଜ ବେହେରା, ଦେବରାଜ ବେହେରା, କେଶବ ବେହେରା, ସାନଭାଇ ପଦ୍ମଚରଣ ବେହେରା ଏବଂ ଗ୍ରାମର ମଧୁସୂଦନ ରାଉତ ଅନନ୍ତ ପ୍ରଧାନ, ସରୋଜ ପ୍ରଧାନ ପ୍ରଭୃତି ବିଶେଷ ମାନ୍ୟଗଣ୍ୟ ବ୍ୟକ୍ତି ଶିଶୁ କନ୍ୟାଟିକୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.