oom

ସୀତାଙ୍କ ହରଣ ଓ ଜଟାୟୁ ମରଣ : ଏ ବର୍ଷ ପୁଣି ଡା. ରୁଦ୍ର ପଟେଲ ରାବଣ ଭୂମିକାରେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଜୀ ସଂସ୍କୃତି ପରିଷଦର ରାମଲୀଳା ନାଟକ ସପ୍ତମ ଦିନେ ସୀତା ହରଣ ଜଟାୟୁ ମରଣ ଅଭିନୀତ ହୋଇଯାଇଛି । ଗତ ଛଅ ଦିନ ହେଲା ବେଶ୍‌ ଧୁମ୍‌ଧାମରେ ରାମଜୀପଡା ଓ ଜଗନ୍ନାଥପଡା ମନ୍ଦିର ପ୍ରାଙ୍ଗଣରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ ଦର୍ଶକଙ୍କ ମନକୁ ଆକୃଷ୍ଟ କଲା ଭଳିଆ କଳାକାରଙ୍କ ବାସ୍ତବ ଅଭିନୟ ଆହୁରି ବିମୋହିତ କରୁଛି । ଗତ ଦିନରେ ଭରତ ମିଳନ, ରାକ୍ଷାସକୁ ବଧ, ବନ ଗମନ, ସୁର୍ପନଖାର ନାସା ଛେତନ, ମାୟାମୃଗ ବଧ ଇତ୍ୟାଦି ଅଭିନୟ ଲୋକଙ୍କୁ ବେଶ ମନ ଛୁଇଥିବା ବେଳେ ଡା. ରୁଦ୍ର ପଟେଲଙ୍କ ରାବଣ ଅଭିନୟକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଦର୍ଶକଙ୍କ ସୁଅ ଛୁଟୁଛି । ଏ ବର୍ଷ ସୀତାଙ୍କ ହରଣ ସମୟରେ ରାବଣଙ୍କ ବ୍ରାହ୍ମଣ ବେଶରେ ସୀତା ମାତାଙ୍କୁ ଭିକ୍ଷା ମାଗିବା ଓ ସୀତାଙ୍କୁ ହରଣ କରିବାର ଦୃଶ୍ୟ ଚିତ୍ତାକର୍ଷକ ହୋଇଥିଲା । ମରିଚ ରୂପରେ ପ୍ରହଲ୍ଲାଦ ଦର୍ଜୀ ଅଭିନୟ କରୁଥିବା ବେଳେ ରାମ ଭୂମିକାରେ ସୈଳିନ କୁମାର ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ମାତା ସୀତାଙ୍କ ଭୂମିକାରେ ମାନସ ସାହୁ, ତ୍ରିଜଟା ଭୂମିକାରେ କ୍ଷେତ୍ରବାସୀ ବନଛୋର, ଯତି ରାବଣ ଭୂମିକାରେ ଚିତ୍ତାନନ୍ଦ ବେହେରା, ଅସୁରୁଣୀ ଭୂମିକାରେ ଦୁଷ୍ମନ୍ତ ପଟେଲ, ରାମ ପ୍ରସାଦ ସାହୁ, ଇନ୍ଦ୍ର ଭୂମିକାରେ ସତ୍ୟନାରାୟଣ ମାଝି, ମାୟା ମୁର୍ଗ ଭୂମିକାରେ ବେଲାର ସାହୁ । ଗୁରୁ ବାଳମୁକୁନ୍ଦ ବେହେରା ନିର୍ଦ୍ଦେଶନା ଦେଇଛନ୍ତି । ଶ୍ରୀୟା ପଟେଲଙ୍କ କଣ୍ଠରୁ ସୀତାଙ୍କ ଦାରୁଣ ଗୀତ ଦର୍ଶକଙ୍କ ମନରେ କୋହ ଆନ୍ଦୋଳିତ କରୁଥିଲା ।

jittmm
Leave A Reply

Your email address will not be published.